BREAKING: ତାତିଲା କଂଗ୍ରେସ, କାଲି ଇଡି ଅଫିସ୍ ଘେରିବ କଂଗ୍ରେସ
କଂଗ୍ରେସ ନେତୃତ୍ୱରେ ବୁଧବାର ସାରା ଦେଶରେ ପ୍ରଦର୍ଶନ ଘୋଷଣା କରିଛନ୍ତି। ଦଳ ଦେଶବ୍ୟାପୀ ଇଡି କାର୍ଯ୍ୟାଳୟରେ ପ୍ରତିବାଦ କରିବ।
ନୂଆଦିଲ୍ଲୀ: ଇଡି ପକ୍ଷରୁ ନ୍ୟାସନାଲ ହେରାଲ୍ଡ ମାମଲା ସହ ଜଡ଼ିତ ମନି ଲଣ୍ଡିଂ ମାମଲାରେ ଚାର୍ଜସିଟ ଦାଖଲ କରିଛି। ଏହି ଚାର୍ଜ ସିଟରେ କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଏବଂ ଲୋକସଭାର ବିରୋଧୀ ନେତା ରାହୁଲ ଗାନ୍ଧୀଙ୍କୁ ଅଭିଯୁକ୍ତ କରାଯାଇଛି।
କଂଗ୍ରେସ ଏହି ପଦକ୍ଷେପକୁ ପ୍ରତିଶୋଧ ରାଜନୀତି ବୋଲି କହିଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ଟାର୍ଗେଟ କରିଛି କଂଗ୍ରେସ। କେବଳ ଏତିକି ନୁହେଁ, କଂଗ୍ରେସ ନେତୃତ୍ୱରେ ବୁଧବାର ସାରା ଦେଶରେ ପ୍ରଦର୍ଶନ ଘୋଷଣା କରିଛନ୍ତି। ଦଳ ଦେଶବ୍ୟାପୀ ଇଡି କାର୍ଯ୍ୟାଳୟରେ ପ୍ରତିବାଦ କରିବ।
ଇଡିର ଚାର୍ଜସିଟ୍, କଂଗ୍ରେସର ପ୍ରତିବାଦ: କଂଗ୍ରେସ ଦଳ ବୁଧବାର ଦିନ ଦେଶର ବିଭିନ୍ନ ସ୍ଥାନରେ ଥିବା ଇଡି କାର୍ଯ୍ୟାଳୟ ବାହାରେ ପ୍ରତିବାଦ କରିବ। ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଇଡି ଦ୍ୱାରା “ପ୍ରତିଶୋଧ ପରାୟଣ” କାର୍ଯ୍ୟାନୁଷ୍ଠାନ ବୋଲି କହୁଛି।
ସ୍ୱତନ୍ତ୍ର ବିଚାରପତି ବିଶାଲ ଗୋଗାନେ ଏପ୍ରିଲ ୯ ତାରିଖରେ ଦାଖଲ ହୋଇଥିବା ଚାର୍ଜସିଟ୍, ବିଚାରର ସବୁ ଦିଗକୁ ପରୀକ୍ଷା କରିଥିଲେ ଏବଂ ପରବର୍ତ୍ତୀ ଶୁଣାଣି ତାରିଖ ଭାବରେ ଏପ୍ରିଲ ୨୫ ତାରିଖ ଧାର୍ଯ୍ୟ କରିଥିଲେ।