ଭୁବନେଶ୍ବର: ଦିନକୁ ଦିନ ବଢିଚାଲିଛି ୟୁଟ୍ୟୁବର ତଥା ଅଭିନେତା ତପି ମିଶ୍ରଙ୍କ ଅଡୁଆ । ଶିବ ତାଣ୍ଡବ ସ୍ତୋତ୍ରର ଓଡ଼ିଆ ଅନୁବାଦକୁ କେନ୍ଦ୍ର କରି କଟକ ଜିଲ୍ଲା ଦୌରାଜଜଙ୍କ ଅଦାଲତରେ ରୁଜୁ ମାମଲାରେ ଜବାବ ଦେବା ପାଇଁ ସମୟ ଲୋଡିଛନ୍ତି ତପି ମିଶ୍ର ।
ତେବେ ତାଙ୍କ ଅନୁରୋଧ କ୍ରମେ କୋର୍ଟ ମଧ୍ୟ ରାଜି ହୋଇଯାଇଛନ୍ତି । ଆସନ୍ତା 21 ତାରିଖରେ ତାଙ୍କର ପରିବରତ୍ତୀ ଶୁଣାଣି ରଖାଯାଇଛି । ଏହି ମାମଲାରେ ପୂର୍ବରୁ ଜାରି ହୋଇଥିବା ଅନ୍ତରୀଣ ରହିତାଦେଶ ବଳବତ୍ତର ରହିବ ।
ପ୍ରକାଶଥାଉକି, ରତ୍ନା ଫିଲ୍ମସ ପକ୍ଷରୁ ତପି ମିଶ୍ରଙ୍କ ନାମରେ ମାମଲା ରୁଜୁ ହୋଇଥିଲା । କପି ରାଇଟ ଆଇନର ଉଲ୍ଲଂଘନ କରିଥିବା ଅଭିଯୋଗ ଆଣି କଟକ ଜିଲ୍ଲା ଦୌରାଜଜରେ ଅଭିଯୋଗ କରିଥିଲେ ।
ତେବେ ଏହି ଘଟଣାକୁ ନେଇ କୋର୍ଟ ପକ୍ଷରୁ ତପି ମିଶ୍ରଙ୍କୁ ନୋଟିସ ଜାରି କରାଯାଇଥିଲା । ଏହାକୁ ପ୍ରସାରଣ କରିପାରିବେ ନାହିଁ ବୋଲି ରହିତାଦେଶ ଜାରି କରିଥିଲ । ତେବେ ଏହି ମାମଲାର ଶୁଣାଣି ସମୟରେ ସେ ସମୟ ମାଗିଥିବା ବେଳେ କୋର୍ଟ ମଧ୍ୟ ଅନୁମତି ଦେଇଛନ୍ତି ।