ୱାକ୍‌ଫ ଆଇନକୁ ବିରୋଧ, ଦୁବାଇରେ ଦୁଇ ଭାରତୀୟଙ୍କୁ ହତ୍ୟା କଲେ ପାକିସ୍ତାନୀ

ତେଲେଙ୍ଗାନାର ନିର୍ମଲ ଜିଲ୍ଲାର ୪୦ ବର୍ଷ ପ୍ରବାସୀ ଶ୍ରମିକ ଅଷ୍ଟମ ପ୍ରେମସାଗରଙ୍କୁ ୧୧ ଅପ୍ରିଲରେ ଜଣେ ପାକିସ୍ତାନୀ ନାଗରିକ ଛୁରୀ ଭୁସି ହତ୍ୟା କରିଛି।

ନୂଆଦିଲ୍ଲୀ: ଦୁବାଇରେ ଦୁଇ ଭାରତୀୟଙ୍କୁ ହତ୍ୟା। ଛୁରୀ ଭୁସି ହତ୍ୟା କଲେ ପାକିସ୍ତାନୀ। ଦୁବାଇର ଏକ ବେକରୀରେ ଜଣେ ପାକିସ୍ତାନୀ ନାଗରିକ ଧାର୍ମିକ ନାରା ଲଗାଇ ଏହି ଆକ୍ରମଣ କରିଥିଲା।
ଯେଉଁଥିରେ ତେଲେଙ୍ଗାନାର ଦୁଇ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ତୃତୀୟ ବ୍ୟକ୍ତି ଗୁରୁତର ଆହାତ ହୋଇଛନ୍ତି। ମୃତକଙ୍କ ପରିବାର ସଦସ୍ୟ ଏହି ସୂଚନା ଦେଇଛନ୍ତି।

ତେଲେଙ୍ଗାନାର ନିର୍ମଲ ଜିଲ୍ଲାର ୪୦ ବର୍ଷ ପ୍ରବାସୀ ଶ୍ରମିକ ଅଷ୍ଟମ ପ୍ରେମସାଗରଙ୍କୁ ୧୧ ଅପ୍ରିଲରେ ଜଣେ ପାକିସ୍ତାନୀ ନାଗରିକ ଛୁରୀ ଭୁସି ହତ୍ୟା କରିଛି।
ଅଷ୍ଟମ ଦୁଇ ପିଲାଙ୍କ ବାପା, ଅଢ଼େଇ ବର୍ଷ ପୂର୍ବେ ପରିବାର ଆର୍ଥିକ ସ୍ଥିତି ଦେଖି ଟଙ୍କା ଇନକମ୍ କରିବାକୁ ଦୁବାଇ ଆସିଥିଲେ। ସେହି ସମୟରେ ତାଙ୍କ ପତ୍ନୀୂ ଗର୍ଭବତୀ ଥିଲେ।

ଅଷ୍ଟମ ତାଙ୍କ ସାନ ଝିଅକୁ ଦେଖି ନଥିଲେ। ସାନ ଝିଅକୁ ଦେଖିବା ପାଇଁ ଖୁବଶୀଘ୍ର ଭାରତ ଆସିବାକୁ ଯୋଜନା କରୁଥିଲେ। କିନ୍ତୁ ୧୨ ଅପ୍ରିଲରେ ତାଙ୍କ ପରିବାରକୁ ଦୁବାଇରେ ଥିବା ବନ୍ଧୁଙ୍କ ଫୋନ ଆସିଥିଲା କି ସହକର୍ମୀଙ୍କ ସହିତ ଝଗଡ଼ା ପରେ ତାଙ୍କୁ ହତ୍ୟା କରାଯାଇଛି।

ଡେକ୍କନ କ୍ରାନିକଲ ରିପୋର୍ଟ ଅନୁସାରେ ଏହି ଘଟଣା ୱାକଫ୍ ସଂଶୋଧନ ଅଧିନିୟମକୁ ନେଇ ହୋଇଥିଲା। ରିପୋର୍ଟ ଅନୁଯାୟୀ ଆକ୍ରମଣକାରୀ ଧାର୍ମିକ ସ୍ଲୋଗାନ ଦେଇଥିଲେ ଏବଂ କାର୍ଯ୍ୟ ଚାପ ଏବଂ ସାମ୍ପ୍ରଦାୟିକ ଘୃଣା ଝଗଡ଼ାକୁ ହିଂସାତ୍ମକ ରୂପ ଦେଇଥିଲା।

ଅଷ୍ଟମଙ୍କ ଭାଇ ସନ୍ଦୀପ ଗଣମାଧ୍ୟମକୁ କହିଛନ୍ତି, “ସେ ଜଣେ ଭାରତୀୟ ହୋଇଥିବାରୁ ତାଙ୍କୁ ହତ୍ୟା କରାଯାଇଛି। ଆମେ ନ୍ୟାୟ ଏବଂ ସାହାଯ୍ୟ ପାଇଁ ସରକାରଙ୍କୁ ନିବେଦନ କରୁଛୁ।”

ସନ୍ଦୀପ କହିଛନ୍ତି ଯେ ଆକ୍ରମଣକାରୀ ଅଷ୍ଟମଙ୍କୁ ବାରମ୍ବାର ଛୁରୀ ଭୁସିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ଅଷ୍ଟମ ତାଙ୍କ ଦୁଇ ପିଲା ଏବଂ ବୃଦ୍ଧ ପିତାମାତାଙ୍କ କଥା କହି ଆକ୍ରମଣକାରୀଙ୍କୁ ଦୟା ଭିକ୍ଷା କରିଥିଲେ, କିନ୍ତୁ ସେ ଶୁଣି ନଥିଲେ।

ପରିବାର ପକ୍ଷରୁ କୁହାଯାଇଛି ଯେ ହତ୍ୟାର ପାଞ୍ଚ ଦିନ ପରେ ମଧ୍ୟ, ବେକେରୀ ମାଲିକ କିମ୍ବା ଦୁବାଇର ସ୍ଥାନୀୟ କର୍ତ୍ତୃପକ୍ଷ ସେମାନଙ୍କ ସହିତ ଯୋଗାଯୋଗ କରି ନଥିଲେ। ଜଣେ ସମ୍ପର୍କୀୟ କହିଛନ୍ତି, “ଆମେ କୌଣସି ସରକାରୀ ସୂଚନା ପାଇନାହୁଁ।

ଆମେ କେବଳ ଦୁବାଇରେ ରହୁଥିବା ସମ୍ପର୍କୀୟମାନଙ୍କଠାରୁ ମିଳିଥିବା ଖବର ଉପରେ ନିର୍ଭର କରୁଛୁ।” ପରିବାର ଏବେ ଅଷ୍ଟମଙ୍କ ମୃତଦେହକୁ ଭାରତ ଆଣିବାକୁ ଚେଷ୍ଟା କରୁଛନ୍ତି।
ଦ୍ୱିତୀୟ ମୃତକଙ୍କ ନାମ ଶ୍ରୀନିବାସ ଯିଏ ନିଜାମାବାଦ ଜିଲ୍ଲାର ବାସିନ୍ଦା ଥିଲେ। ଏହି ସମୟରେ, ଆକ୍ରମଣରେ ଆହତ ବ୍ୟକ୍ତିଙ୍କ ପତ୍ନୀ ଭବାନୀ ନିଜାମାବାଦ ଜିଲ୍ଲାରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ତାଙ୍କ ସ୍ୱାମୀ ସାଗରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।