ଏବେ ଚଳନ୍ତା ଟ୍ରେନରେ ଯାତ୍ରୀଙ୍କୁ ମିଳିବ ଏଟିଏମ୍ ସୁବିଧା, ଯାତ୍ରା ସମୟରେ ଉଠାଇପାରିବେ ଟଙ୍କା
ମଙ୍ଗଳବାର ଦିନ ରେଳ ବିଭାଗ ମନମାଡ଼ ଏବଂ ମୁମ୍ବାଇ ମଧ୍ୟରେ ଚାଲି୍ଥିବା ପଞ୍ଚବାଟି ଏକ୍ସପ୍ରେସରେ ଏଟିଏମର ସଫଳ ଟ୍ରାଏଲ କରାଯାଇଛି।
ନୂଆଦିଲ୍ଲୀ: ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳ ବିଭାଗ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି। ରେଳ ବିଭାଗର ଏହି ନିଷ୍ପତି ଲୋକଙ୍କୁ ରେଳ ଯାତ୍ରାରେ ସୁବିଧା ଯୋଗାଇବ।
ଯାତ୍ରୀମାନଙ୍କୁ ଯାତ୍ରା ସମୟରେ କେବେ ହେଲେ କ୍ୟାସର ଅଭାବ ହେବ ନାହିଁ। ଭାରତୀୟ ରେଳ ଟ୍ରେନରେ ଏଟିଏମ୍ ସୁବିଧା ଦେବାକୁ ଯୋଜନା କରୁଛି। ଯାହାର ଟ୍ରାଏଲ ମଧ୍ୟ ସଫଳ ହୋଇଛି।
ମଙ୍ଗଳବାର ଦିନ ରେଳ ବିଭାଗ ମନମାଡ଼ ଏବଂ ମୁମ୍ବାଇ ମଧ୍ୟରେ ଚାଲି୍ଥିବା ପଞ୍ଚବାଟି ଏକ୍ସପ୍ରେସରେ ଏଟିଏମର ସଫଳ ଟ୍ରାଏଲ କରାଯାଇଛି।
ଏଟିଏମ୍ କୁ ଟ୍ରେନରେ ଏସି ବଗିରେ ଲଗାଯାଇଥିଲା। କୁହାଯାଉଛି କି ଆଗକୁ ଅନେକ ଟ୍ରେନରେ ଏଟିଏମ୍ ବ୍ୟବସ୍ଥାର ସୁବିଧା ପାଇବେ ଯାତ୍ରୀ।
ରେଳ ଅଧିକାରୀଙ୍କ ଅନୁଯାୟୀ, ପଞ୍ଚବଟି ଏକ୍ସପ୍ରେସରେ ଏଟିଏମ୍ ପରୀକ୍ଷଣ ସଫଳ ହୋଇଛି। ସେ କହିଛନ୍ତି ଯେ ଇଗତପୁରୀ ଏବଂ କସରା ମଧ୍ୟରେ ନୋ-ନେଟୱାର୍କ ଅଞ୍ଚଳ ଦେଇ ଯାଉଥିବା ସମୟରେ, ଏଟିଏମ୍ ମେସିନ୍ ସିଗନାଲ୍ ପାଇନଥିଲା, ଯାହା ଯୋଗୁଁ କାରବାର ସମାପ୍ତ ହୋଇପାରିନଥିଲା।
ଅଧିକାରୀମାନେ କହିଛନ୍ତି ଯେ ଇଗତପୁରୀ ଏବଂ କସରା ମଧ୍ୟରେ ଯାତ୍ରା ସମୟରେ ଟ୍ରେନଟି ଅନେକ ସୁଡ଼ଙ୍ଗ ଦେଇ ଗତି କରେ, ଯାହା ଯୋଗୁଁ ଏହି ସେକ୍ସନରେ ସବୁଠାରେ ସିଗନାଲ ଉପଲବ୍ଧ ହୁଏ ନାହିଁ।
ଭୁସାଭଲ ଡିଆରଏମ ଇତି ପାଣ୍ଡେ କହିଛନ୍ତି ଯେ ପରୀକ୍ଷଣର ଫଳାଫଳ ଭଲ ଥିଲା। ଯାତ୍ରୀମାନେ ଏବେ ଚଳନ୍ତା ଟ୍ରେନରେ ମଧ୍ୟ ଏଟିଏମରୁ ଟଙ୍କା ଉଠାଇ ପାରିବେ। ଆମେ ଯାତ୍ରା ସମୟରେ ଏଟିଏମ୍ ମେସିନର କାର୍ଯ୍ୟଦକ୍ଷତା ଉପରେ ନଜର ରଖିବୁ।
କେନ୍ଦ୍ରୀୟ ରେଳବାଇର ଭୁସାଭଲ ଡିଭିଜନ ଏବଂ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ମିଳିତ ଭାବରେ ପଞ୍ଚବଟୀ ଏକ୍ସପ୍ରେସରେ ଏଟିଏମର ପରୀକ୍ଷଣ କରିଥିଲେ।
ବିଶେଷ କଥା ହେଉଛି ଏସି କୋଚରେ ସ୍ଥାପିତ ଏହି ଏଟିଏମକୁ ଟ୍ରେନର ସମସ୍ତ ଯାତ୍ରୀ ବ୍ୟବହାର କରିପାରିବେ, କାରଣ ଏହି ଟ୍ରେନର ସମସ୍ତ ୨୨ କୋଚ ଭେଷ୍ଟିବୁଲ ମାଧ୍ୟମରେ ପରସ୍ପର ସହିତ ସଂଯୁକ୍ତ।
ଜଣେ ରେଳ ଅଧିକାରୀ କହିଛନ୍ତି ଯେ ଯଦି ଅନବୋର୍ଡ ଏଟିଏମ୍ ସୁବିଧାର ଚାହିଦା ଏବଂ ବ୍ୟବହାର ବୃଦ୍ଧି ପାଏ, ତେବେ ଏହାକୁ ଅନ୍ୟ ଟ୍ରେନ ଗୁଡ଼ିକରେ ମଧ୍ୟ ପ୍ରଚଳନ କରାଯିବ।
ଆପଣଙ୍କୁ କହି ରଖୁଛୁ ଯେ ଦେଶର ଇତିହାସରେ ପ୍ରଥମ ଥର ପାଇଁ ଟ୍ରେନରେ ଏଟିଏମ୍ ସୁବିଧା ଉପଲବ୍ଧ ହୋଇଛି।