BREAKING: ଗ୍ରାଉଣ୍ଡ ଜିରୋରୁ ହେବ ତଦନ୍ତ, ‘ଦୁର୍ନୀତିକୁ ଦିଆଯିବନି ପ୍ରଶୟ’
ଗ୍ରାଉଣ୍ଡ ଜିରୋରୁ ଗସ୍ତ ସରିବା ପରେ ତଥ୍ୟ ପ୍ରଦାନ କରାଯିବ। ପ୍ରଥମେ ଗୋପାଳପୁର, ହେମଗିରି ଯାଞ୍ଚ କରାଯିବ।
ଝାରସୁଗୁଡ଼ା: ଦୁର୍ନୀତିକୁ ଦିଆଯିବନି ପ୍ରଶୟ। କିଛି ଏଭଳି କହିଛନ୍ତି ଖଣି ମନ୍ତ୍ରୀ। ଝାରସୁଗୁଡ଼ା ପହଞ୍ଚିବା ପରେ ଖଣି ମନ୍ତ୍ରୀ ଏଭଳି ପ୍ରତିକ୍ରିୟା ରଖିଛନ୍ତି।
ଏହା ସହ କହିଛନ୍ତି ଗ୍ରାଉଣ୍ଡ ଜିରୋରୁ ଗସ୍ତ ସରିବା ପରେ ତଥ୍ୟ ପ୍ରଦାନ କରାଯିବ। ପ୍ରଥମେ ଗୋପାଳପୁର, ହେମଗିରି ଯାଞ୍ଚ କରାଯିବ।
କେବେ ହେଲେ ଦୁର୍ନୀତିକୁ ପ୍ରଶୟ ଦିଆଯିବନି କହିଛନ୍ତି ଖଣି ମନ୍ତ୍ରୀ ବିଭୂତି ଜେନା।
ସୁନ୍ଦରଗଡ଼ ଜିଲ୍ଲାର କୁଲାପଡା, ତେଲେନଡିହି ଜଙ୍ଗଲରେ ଶହ ଶହ ଚୋରା କୋଇଲା ଖଣିରେ ଦୁର୍ନୀତି ମାମଲାରେ ସ୍ଥିତି ପରଖିବେ ମନ୍ତ୍ରୀ। ଝାରସୁଗୁଡ଼ାରେ ମନ୍ତ୍ରୀ ପହଞ୍ଚି ସାରିଛନ୍ତି।
ପୂର୍ବରୁ ପ୍ରଶାସନ ପକ୍ଷରୁ ଚାଲିଥିବା ଚଢାଉରେ ଖଣିରେ ଗଚ୍ଛିତ ଥିବା କୋଇଲା ଗୁଡିକୁ ଜବତ କରାଯାଇଥିଲା।
ଏହି କୋଇଲାକୁ ବାହାର ରାଜ୍ୟ ଛତିଶଗଡ଼, ଝାଡଖଣ୍ଡ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ରାଜ୍ୟର ବିଭିନ୍ନ ଅଞ୍ଚଳରେ କୋଟି କୋଟି ଟଙ୍କାରେ ମାଫିଆ ମାନେ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା।