ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାଜଧାନୀରେ ଫୁଟିଲା ଗୁଳି, ଯୁବକଙ୍କ କାନ୍ଧରେ ବାଜିଥିବା ସୂଚନା
ବାଲିପାଟଣାରେ ବିଳମ୍ବିତ ରାତିରେ ଫୁଟିଲା ଗୁଳି ।
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଗୁଳି ମାଡ଼ । ବିଳମ୍ବିତ ରାତିରେ ଏହି ଗୁଳିମାଡ଼ ହୋଇଛି ।
ଦୁର୍ବୃତ୍ତମାନେ ବାଇକରେ ଆସି ଯୁବକଙ୍କୁ ଗୁଳିମାଡ଼ କରିଛନ୍ତି । ବାଲିପାଟଣାରେ ଏହି ଗୁଳିମାଡ଼ ହୋଇଥିବା ଜଣାପଡିଛି ।
ତେବେ ଖବର ଅନୁସାରେ, ପୂର୍ବ ଶତ୍ରୁତା ପାଇଁ ଗୁଳିମାଡ଼ ହୋଇଛି । ତେବେ ଯୁବକଙ୍କ କାନ୍ଧରେ ଗୁଳି ବାଜିଥିବା ବେଳେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ତେବେ ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି । ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ଅଭିଯୋଗ କରାଯାଇ ନାହିଁ । ତେବେ ବିଳମ୍ବିତ ରାତିରେ ଗୁଳିମାଡ଼ ଫଳରେ ବାଲିପାଟଣା ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ଖେଳିଯାଇଛି ।
ତେବେ ଯେଉଁ ଦୁର୍ବୃତ୍ତମାନେ ଆସି ଗୁଳିକାଣ୍ଡ କରିଥିଲେ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ତେବେ ପୋଲିସରେ କୌଣସି ଏତଲା ଦିଆଯାଇନଥିବାରୁ ସେ ବିଷୟରେ ତଦନ୍ତ ମଧ୍ୟ ଆରମ୍ଭ ହୋଇ ନାହିଁ ।