କାଳବୈଶାଖୀ ବର୍ଷା, ଆଜି ପାଇଁ 13 ଜିଲ୍ଲାକୁ ୟେଲୋ ଆଲର୍ଟ
କାଳବୈଶାଖୀ ଫଳରେ ରାଜ୍ୟରେ ଆବଶ୍ୟକତା ଠାରୁ ଅଧିକ ବର୍ଷା ହୋଇଛି ।
ଭୁବନେଶ୍ବର: ରାଜଧାନୀରେ ଜାରି ରହିଛି କାଳବୈଶାଖୀ ବର୍ଷା । ତେବେ ଆହୁରି ମଧ୍ୟ କିଛି ଦିନ ଏହି ଧାରା ଜାରି ରହିବାକୁ ଥିବା ବେଳେ ଆଜି ପାଇଁ 13 ଜିଲ୍ଲାକୁ ୟୋଲେ ଆଲର୍ଟ କରାଯାଇଛି ।
ଏନେଇ ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ପାଇଁ କେନ୍ଦୁଝର, ଭଦ୍ରକ, ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ନୂଆପଡା ଏବଂ ନବରଙ୍ଗପୁର ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।
ଏହି ଜିଲ୍ଲା ଗୁଡିକରେ ଆଜି 40ରୁ 50 କିଲୋମିଟର ପବନ ସହିତ ଝଡ ତୋଫାନର ମଧ୍ୟ ଆଶଙ୍କା ରହିଥିବା କୁହାଯାଉଛି । ତେବେ ଆଜି ନୁହେଁ ଆସନ୍ତାକାଲି ମଧ୍ୟ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ରହିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ଘଡ଼ଘଡ଼ି ଓ କୁଆପଥର ବର୍ଷା ନେଇ ସତର୍କତା ଜାରି କରାଯାଇଛି । କାଲି ମଧ୍ୟ ଅନେକ ଜିଲ୍ଲାରେ କାଳବୈଶାଖୀ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି ।