Video: ଭୂସ୍ଖଳନ ରୋକିପାରିଲାନି ବିବାହ, ପାହାଡ଼ରେ 7 କିମି ଚାଲିଚାଲି କନ୍ୟାଘର ଗଲେ ବର
4ରୁ 5 ଘଣ୍ଟା ଚାଲିଚାଲି କନ୍ୟା ଘର ଗଲା ବର ।
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ରାମବନରେ ପ୍ରକୃତିର ଧ୍ବସଂଲିଳା ଦେଖାଯାଇଛି । ଭୂସ୍ଫଳନ ଯୋଗୁଁ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ଅନେକ କ୍ଷୟକ୍ଷତି ମଧ୍ୟ ହୋଇଛି ।
ଏହି ପରିସ୍ଥିତିରେ, ଜଣେ ଯୁବକ ତାଙ୍କ ଜୀବନର ଏକ ନୂତନ ଦିଗ ଆରମ୍ଭ କରିବାକୁ ଯାଉଛନ୍ତି । ପ୍ରବଳ କ୍ଷୟକ୍ଷତି ମଧ୍ୟରେ, ମଶକୁର ନାମକ ଜଣେ ଯୁବକ ବିବାହ କରିବା ପାଇଁ ପଦଯାତ୍ରାରେ ବାହାରିଛନ୍ତି । ମଶକୁରଙ୍କ ସହିତ ତାଙ୍କର କିଛି ନିକଟ ସମ୍ପର୍କୀୟ ମଧ୍ୟ ଅଛନ୍ତି ।
ମଶକୁର ଏବଂ ତାଙ୍କ ସମ୍ପର୍କୀୟମାନଙ୍କର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହି ଭିଡିଓରେ, ସେ ଭୂସ୍ଖଳନ ଯୋଗୁଁ ବନ୍ଦ ହାଇୱେ ମଧ୍ୟରେ ପାହାଡ଼ ଦେଇ କନ୍ୟା ଘରକୁ ଯାଉଛନ୍ତି । ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ମାଶକୁର କଣ କହିଥିଲେ- ଆଜି ମୋର ବିବାହ ଦିନ । ଗତକାଲି ପ୍ରବଳ ବର୍ଷା ଯୋଗୁଁ ଏହି ପରିସ୍ଥିତି ହୋଇଛି । ଆମକୁ ଚାଲିବାକୁ ପଡିବ । ଆମେ ସକାଳ 6 ଟାରେ ଯାତ୍ରା ଆରମ୍ଭ କରିଥିଲୁ । ଆମେ ଆମର ଗାଡ଼ି ପଛରେ ରଖିଥିଲୁ ଏବଂ ଏବେ ଆମେ ବାକି ରାସ୍ତା ଚାଲିବୁ ।
ଆମକୁ ଏବେ ବି ପ୍ରାୟ 7-8 କିଲୋମିଟର ଚାଲିବାକୁ ପଡିବ । ରାସ୍ତା ସଫା ହୋଇନଥିବାରୁ ଆମେ ଏହି ରାସ୍ତା ଦେଇ କନ୍ୟାକୁ ଆଣିବୁ । ଆମେ ସରକାରଙ୍କୁ NH-44 ଯଥାଶୀଘ୍ର ସଫା କରିବାକୁ ଅନୁରୋଧ କରୁଛୁ ବୋଲି ମଶକୁର କହିଛନ୍ତି।
#WATCH | Ramban Landslide | A groom, with the wedding procession, travels on foot to reach his wedding as the Jammu-Srinagar National Highway is closed due to landslides. pic.twitter.com/7TrhTKTfH4
— ANI (@ANI) April 21, 2025