ପୋପ୍ ଫ୍ରାନ୍ସିସଙ୍କ ଦେହାନ୍ତ, ରାଜ୍ୟ ପାଳିବ ୩ ଦିନିଆ ଶୋକ

ପୋପ୍‌ ଫ୍ରାନ୍‌ସିସ୍‌ଙ୍କ ବିୟୋଗରେ ରାଜ୍ୟ ପାଳିବ ୩ ଦିନିଆ ଶୋକ ।

ଭୁବନେଶ୍ବର: ପୋପ୍‌ ଫ୍ରାନ୍‌ସିସ୍‌ଙ୍କ ବିୟୋଗ ଘଟଣାରେ ରାଜ୍ୟ ପାଳିବ 3 ଦିନିଆ ଶୋକ । ଆଜି ଓ ଆସନ୍ତାକାଲି ଶୋକ ଦିବସ ପାଳିବେ ରାଜ୍ୟ ସରକାର ।

ଶେଷକୃତ୍ୟ ଦିନ ମଧ୍ୟ ରାଜ୍ୟରେ ପାଳନ ହେବ ଶୋକ ଦିବସ। ଏନେଇ ଆଜି ଘୋଷଣା କରାଯାଇଛି ।

ପ୍ରକାଶ କରାଯାଇଛି, ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ପ୍ରାନ୍ସିସ୍‌ଙ୍କ ଗତକାଲି ଦେହାନ୍ତ ହୋଇଥିଲା । 88 ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ନିମୋନିଆ ରୋଗରେ ଦୀର୍ଘଦିନ ହେବ ପୀଡିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

୨୧ ଅପ୍ରେଲ ୨୦୨୫ରେ ୮୮ ବର୍ଷରେ ଭାଟିକାନର କାସା ସାନ୍ତା ମାର୍ଟା ସ୍ଥିତ ନିଜ ନିବାସରେ ଦେହତ୍ୟାଗ କରିଥିଲେ । ତେବେ ଦେହାନ୍ତରେ ସାରା ବିଶ୍ବ ଶୋକ ପ୍ରକାଶ କରିଥିବା ବେଳେ ଦେଶରେ ମଧ୍ୟ 3 ଦିନିଆ ଶୋକ ଘୋଷଣା କରାଯାଇଛି ।

ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିବୃତିରେ କୁହାଯାଇଥିଲା ଯେ, ପୋପ୍ ଫ୍ରାନ୍ସିସଙ୍କ ଦେହାନ୍ତ ପାଇଁ ସମଗ୍ର ଭାରତରେ ୩ ଦିନିଆ ରାଜକୀୟ ଶୋକ ପାଳନ କରାଯିବ। ଆଜି, କାଲି ଏବଂ ଅନ୍ତିମ ସଂସ୍କାର ଦିନ ଶୋକ ପାଳନ ହେବ । ଏହି ସମୟରେ ଭାରତରେ ଜାତୀୟ ପତାକା ନିୟମିତ ଉଡୁଥିବା ସମସ୍ତ ସରକାରୀ ଇମାରତରେ ଅର୍ଦ୍ଧନମିତ ରହିବ ।

କୌଣସି ସରକାରୀ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ନାହିଁ । ଏହାରି ଭିତରେ ଆଜି ରାଜ୍ୟରେ ମଧ୍ୟ 3 ଦିନିଆ ଶୋକ ଘୋଷଣା କରାଯାଇଛି ।