ଏକୋଇଶିଆ ଭୋଜି ଖାଇ ଫେରୁଥିଲେ, ଜଙ୍ଗଲକୁ ଟେକି ନେଇ ନାବାଳିକାକୁ ଗଣଦୁଷ୍କର୍ମ
ଏକୋଇଶିଆ ଭୋଜି ଖାଇ ୨ ସାଙ୍ଗଙ୍କ ସହ ଫେରୁଥିବା ବେଳେ ଗଣଦୁଷ୍କର୍ମ ।
ଭୁବନେଶ୍ବର: ନାବାଳିକାଙ୍କୁ ଗଣଦୁଷ୍କର୍ମ । ଜଙ୍ଗଲକୁ ଟେକି ନେଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି ।
ସୁନ୍ଦରଗଡରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା । ଖବର ଅନୁସାରେ, ନାବିଳିକା ଜଣକ ଏକୋଇଶିଆ ଭୋଜି ଖାଇ ସାଙ୍ଗଙ୍କ ଫେରୁଥିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି ।
ସୁନ୍ଦରଗଡ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ଏହି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଏଥିରେ 3ଜଣ ଯୁବକଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଛି ।
ଏକୋଇଶିଆ ଭୋଜି ଖାଇ ଫେରୁଥିବା ବେଳେ ନାବାଳିକାମାନଙ୍କୁ ଘେରିଥିଲେ 3 ଯୁବକ । ଅନ୍ୟ ଦୁଇ ନାବାଳିକା ଖସି ପଳାଇଥିବା ବେଳେ ଅନ୍ୟ 2 ଜଣ ସେମାନଙ୍କ ହାବୁଡରେ ପଡିଯାଇଥିଲେ ।
ଏନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ କାହାରିକୁ ଗିରଫ କରାଯାଇ ନାହିଁ ।