Pahalgam Terrorist Attack : ସାଉଦୀ ଗସ୍ତ ଅଧାରୁ ଭାରତ ଫେରି ଆସିଲେ ପ୍ରଧାନମନ୍ତ୍ରୀ, ଆଜି ଦିଲ୍ଲୀରେ ବସିବ କ୍ୟାବିନେଟ୍ କମିଟି ବୈଠକ
ଆତଙ୍କୀ ଆକ୍ରମଣ ପରେ ଭାରତ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ।
ନୂଆଦିଲ୍ଲୀ: ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ସାରା ବିଶ୍ବ ନିନ୍ଦା କରିଛି । ଏଥିରେ ମୋଟ 26ଜଣ ପ୍ରାଣ ହରାଇଥିବା ବେଳେ ହୃଦୟ ବିଦାରକ ଦୃଶ୍ୟ ସମସ୍ତଙ୍କୁ ଚକିତ କରିଦେଇଛି । ତେବେ ଏହି ଘଟଣାକୁ ଭାରତ ମଧ୍ୟ ଅତି ଗମ୍ଭୀରତାର ସହ ନେଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ସାଉଦି ଆରବ ଗସ୍ତକୁ ମଝିରେ ବାତିଲ କରି ଭାରତ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି । ସେ ଆଜି ଭାରତ ଫେରି ଆସିଛନ୍ତି ।
ତେବେ ଆଜି ଦିଲ୍ଲୀରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି (CCS)ର ଏକ ବୈଠକ ବସିବ । ଏହି ବୈଠକ ପ୍ରଧାନମନ୍ତ୍ରୀ ଡାକିଥିବା ବେଳେ ଏଥିରେ ଆତଙ୍କବାଦୀ ଆକ୍ରମଣରୁ ସୃଷ୍ଟି ହୋଇଥିବା ପରିସ୍ଥିତି ଉପରେ ଆଲୋଚନା କରାଯିବ ।
ପ୍ରଧାନମନ୍ତ୍ରୀ ମୋଦୀ ନିରନ୍ତର ଅଧିକାରୀଙ୍କଠାରୁ ସୂଚନା ନେଉଛନ୍ତି- ପ୍ରଧାନମନ୍ତ୍ରୀ ମଙ୍ଗଳବାର ଅପରାହ୍ନରେ ଦୁଇ ଦିନିଆ ଗସ୍ତରେ ସାଉଦି ଆରବର ଜେଦ୍ଦାହରେ ପହଞ୍ଚିଥିଲେ। ପହଞ୍ଚିବାର କିଛି ଘଣ୍ଟା ମଧ୍ୟରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ଖବର ଆସିଥିଲା।
ପ୍ରଧାନମନ୍ତ୍ରୀ ମୋଦୀ ଆକ୍ରମଣ ସହିତ ଜଡିତ ପ୍ରତ୍ୟେକ ଘଟଣା ଉପରେ ନିରନ୍ତର ନଜର ରଖିଥିଲେ। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହିତ ଅଛନ୍ତି । ସେମାନଙ୍କ ମଧ୍ୟରେ ମଧ୍ୟ ନିରନ୍ତର ଆଲୋଚନା ହୋଇଥିଲା।
ତେବେ ଆଜି ପଗଲଗାମ ଯିବେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ।