15 ବର୍ଷର ରେକର୍ଡ ଭାଙ୍ଗିଲା ତାପମାତ୍ରା, 26 ଯାଏଁ ନିସ୍ତାର ନାହିଁ 27ରୁ କାଳବୈଶାଖୀ
ଆସନ୍ତା 26 ତାରିଖ ଯାଏଁ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ ।
ନୂଆଦିଲ୍ଲୀ: ସକାଳ 6ଟା ହେଲେ ଆରମ୍ଭ ହୋଇଯାଉଛି ସୂର୍ଯ୍ୟକୋପ । ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳୁରେ ଅସ୍ତବ୍ୟସ୍ତ ହେଉଛନ୍ତି ଲୋକେ । ପଶ୍ଚିମ ଏବଂ କେନ୍ଦ୍ରୀୟ ଓଡ଼ିଶାରେ ନିଆଁ ବର୍ଷା ହେଉଛି ।
ସୋମବାର ଠାରୁ ଖରାର ପ୍ରକୋପ ଆରମ୍ଭ ହୋଇଥିବା ବେଳେ ତାପମାତ୍ରା ମଧ୍ୟ ବଢିବାରେ ଲାଗିଛି । ଗତକାଲି ଝାରସୁଗୁଡାରେ ତାପମାତ୍ରା 46 ଡିଗ୍ରୀ ଅତିକ୍ରମ କରିଥିଲା । ଏହା ସହିତ ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡା ।
ତେବେ ନିକଟରେ ଝାରାସୁଗୁଡ଼ାରେ ଏଭଳି ତାପମାତ୍ରା କେବେ ହୋଇନଥିବା ବେଳେ 15 ବର୍ଷର ରେକର୍ଡ ଭାଙ୍ଗିଥିବା କଥା କୁହାଯାଉଛି । ତେବେ କେବଳ ଝାରସୁଗୁଡା ନୁହେଁ ରାଜ୍ୟର 45ଟି ସହରରେ ତାପମାତ୍ରା 40 ଡିଗ୍ରୀ ଉପରେ ରହିଛି ।
ତେବେ ଅନେକ ସ୍ଥାନରେ ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ତେବେ ଖରା ସାଙ୍ଗକୁ ଗୁୁଳୁଗୁଳି ହେଉଥିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି । ତେବେ ଏହି ପରିସ୍ଥିତି ଆସନ୍ତା 26 ତାରିଖ ଯାଏଁ ରହିବ । ତେବେ ଏହାକୁ ଦୃଷ୍ଟିରେ ରଖି ଅନେକ ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।
24 ଏବଂ 25 ତାରିଖରେ ପ୍ରଭାବ ଅଧିକ ରହିବ ଏବଂ 26 ତାରିଖ ପରେ କେତେକ ସ୍ଥାନରେ କାଳବୈଶାଖୀ ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ତେବେ ଖରା ପାଇଁ ସମସ୍ତଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି ।