ଲିଭ୍ ଇନ୍ ରିଲେସନରେ ଥିବା ବିଧବା ମହିଳାଙ୍କୁ ହତ୍ୟା, ପ୍ରେମିକ ଫେରାର

ମହିଳାଙ୍କ ମୃତଦେହ ଗୁରୁବାର ଦିନ ସେ ରହୁଥିବା ଘରୁ ଉଦ୍ଧାର କରାଯାଇଛି । ମହିଳାଙ୍କ ବୟସ ପାଖାପାଖି ୪୦ବର୍ଷ ହେବ । ଲିଭ୍ ଇନରେ ରହୁଥିବା ପ୍ରେମିକ ହିଁ ଏଭଳି ଜଘନ୍ୟ କାଣ୍ଡ ଘଟାଇଛି ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

ଉତ୍ତରପ୍ରଦେଶ: ପ୍ରେମ ନେଲା ଜୀବନ । ଉତ୍ତରପ୍ରଦେଶ ଗାଜିଆବାଦରେ ଘଟିଛି ଏହି ଘଟଣା । ଟ୍ରାନିକ ସିଟିର ଇଲାଇଚିପୁରରେ ଲିଭ୍ ଇନରେ ରହୁଥିବା ବିଧବା ମହିଳାଙ୍କୁ ହତ୍ୟା । ଆଉ ଏହି ହତ୍ୟା କରିଛି ପ୍ରେମିକ । ଯାହା ସାଙ୍ଗରେ ବିଧବା ମହିଳା ଜଣଙ୍କ ଲିଭ୍ ଇନରେ ରହୁଥିଲେ ।

ମହିଳାଙ୍କ ମୃତଦେହ ଗୁରୁବାର ଦିନ ସେ ରହୁଥିବା ଘରୁ ଉଦ୍ଧାର କରାଯାଇଛି । ମହିଳାଙ୍କ ବୟସ ପାଖାପାଖି ୪୦ବର୍ଷ ହେବ । ଲିଭ୍ ଇନରେ ରହୁଥିବା ପ୍ରେମିକ ହିଁ ଏଭଳି ଜଘନ୍ୟ କାଣ୍ଡ ଘଟାଇଛି ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ପୁଲିସ ତଦନ୍ତ ଜାରି ରଖିଛି ।

ହତ୍ୟାକାଣ୍ଡ ଘଟାଇ ପ୍ରେମିକ ଚମ୍ପଟ ମାରିଥିବା ପୋଲିସ କହିଛି ।

ପୋଲିସ ପକ୍ଷରୁ କୁହାଯାଇଛି କି ମୃତ ମହିଳା ହେଲେ କୃଷ୍ଣା ଦେବୀ । ଗୁରୁବାର ଦିନ ଥାନାକୁ କେହି କଲ କରି ଘରେ ମୃତଦେହ ପଡ଼ିଥିବା ସୂଚନା ଦେଇଥିଲା । ମହିଳା ପଡ଼ିଥିବା ଘରୁ ଗନ୍ଧ ମଧ୍ୟ ଆସୁଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦେଖିଥିଲା ଯେ ମହିଳାଙ୍କ ମୃତଦେହ ଘରେ ପଡ଼ିଛି ।

ଏହି ଘରେ ମହିଳାଙ୍କ ପ୍ରେମିକ ଭଡ଼ାରେ ରହୁଥିଲେ । ମହିଳା ଅନେକ ସମୟରେ ଏଠାକୁ ଆସନ୍ତି । ପ୍ରେମିକ ସହ ଦେଖା କରିବାକୁ ଏଠାକୁ ଆସନ୍ତି ବୋଲି କହିଛନ୍ତି ସ୍ଥାନୀୟ ଲୋକ ।
ମହିଳା ଜଣଙ୍କ ଦିଲ୍ଲୀରେ ରହୁଥିଲେ । ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଯାଇଛି । ୩ ବର୍ଷ ତଳେ ମହିଳା ଜଣଙ୍କ ତାଙ୍କ ପୁଅ ନାଁରେ ଅଭିଯୋଗ କରିଥିଲେ ଯେ ତାଙ୍କ ପୁୂଅ ତାଙ୍କୁ ମାରପିଟ୍ କରୁଛି ।

ସେହି ସମୟରେ ମହିଳା ଜଣଙ୍କ ନିଜକୁ ବିଧବା ଦର୍ଶାଇଥିଲେ ।
ମୃତଦେହ ଜବତ କରି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସ ଦୁଇଟି ଟିମ୍ ଗଠନ କରି ଫେରାର ପ୍ରେମିକକୁ ଖୋଜୁଛି ପୋଲିସ୍ ।