BREAKING: ସାତ ଦିନ ଭିତରେ ପାଣି ସମସ୍ୟା ସାରିବାକୁ କହିଲେ ପଞ୍ଚାୟତିରାଜ ମନ୍ତ୍ରୀ

ପାଣି ସମସ୍ୟା ଯେଉଁଠି ରହୁଛି ତୁରନ୍ତ ଜଣାଇବାକୁ କହିଲେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ।

ଭୁବନେଶ୍ୱର: ବଢ଼ୁଛି ଖରା ତାତି ଜଲଦି କର ପାଣି ସମସ୍ୟାର ସମାଧାନ। ସାତ ଦିନ ଭିତରେ ପାଣି ସମସ୍ୟାର ସମାଧାନ କରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ।

ପାଣି ସମସ୍ୟା ଯେଉଁଠି ରହୁଛି ତୁରନ୍ତ ଜଣାଇବାକୁ କହିଲେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ।

ଜଳ ସମସ୍ୟା ପାଇଁ ପ୍ରଶାସନିକ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ।

ରିପାରିଙ୍ଗ ଥିଲେ ଦୁଇରୁ ତିନି ଦିନ ଭିତରେ କାମ ସାରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ।

କଠିନ କାମ ହୋଇଥିଲେ ସାତ ଦିନ ଭିତରେ କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ।