ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ
ଦୁର୍ଘଟଣା ଉଜାଡ଼ି ଦେଲା ପୁରା ପରିବାର।
ଉତ୍ତରପ୍ରଦେଶ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକାଥରେ ଚାଲିଗଲା ଗୋଟିଏ ପରିବାରର ୧୨ ଜୀବନ। ମଶାଣିରେ ଜଳିଲା ଗୋଟିଏ ପରିବାରର ୧୨ ଜୁଇ। ସାମାନ୍ୟ ଦୁର୍ଘଟଣା ପୁରା ପରିବାରକୁ ଉଜାଡ଼ି ଦେଲା।
ରାସ୍ତାରେ ଯାଉଥିବା ଏକ ବାଇକକୁ ବଞ୍ଚାଇବାକୁ ଯାଇ ଏତେବଡ଼ ଦୁର୍ଘଟଣା ଘଟିଗଲା। କାରଟି ସିଧା ଯାଇ ପଡିଲା କୂଅରେ। ଆଉ ଚାଲିଗଲା ଗୋଟିଏ ପରିବାରର ୧୨ ଜୀବନ। ଆଉ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାର ପ୍ରତି ସମବେଦନା ଜଣାଇବା ସହ ପ୍ରଧାନମନ୍ତ୍ରୀ ୨ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି।
ଭୟଙ୍କର ଦୁର୍ଘଟଣା: ଏହି ଭୟଙ୍କର ଦୁର୍ଘଟଣାଟି ମଧ୍ୟପ୍ରଦେଶର ମନ୍ଦୋସରରେ ଘଟିଛି। ସାମ୍ନା ପଟୁ ଆସୁଥିବା ଏକ କାର ବାଇକକୁ ବଞ୍ଚାଇବାକୁ ଉଦ୍ୟମ କରିଥିଲା। କିନ୍ତୁ ଭାରସାମ୍ୟ ହରାଇ ବାଇକକୁ ପିଟିବା ସହ କାରଟି ସିଧା କୂଅରେ ପଡିଥିଲା।
ଯେଉଁ କାରରେ ଥିଲେ ୧୪ ଜଣ ଲୋକ। ଆଉ ଏହି ଦୁର୍ଘଟଣାରେ ଚାଲିଗଲା ୧୨ ଜୀବନ। କାର ଭିତରେ କୂଅରେ ପଡି ଶ୍ୱାସ ରୁଦ୍ଧ ହୋଇ ଚାଲିଗଲା ୧୨ ଜୀବନ। ଆଉ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସହାୟତା ରାଶି: ଏହି ଭୟଙ୍କର ଦୁର୍ଘଟଣାରେ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) X ରେ ପୋଷ୍ଟ କରିଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।
ଆହତମାନଙ୍କ ପାଇଁ ୫୦,୦୦୦ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରାଯାଇଥିବାବେଳେ, ମୃତକଙ୍କ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଦିଆଯାଇଛି।
ସମବେଦନା: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ପୋଷ୍ଟରେ ଲେଖାଯାଇଥିଲା, “ମଧ୍ୟପ୍ରଦେଶର ମନ୍ଦସୌରରେ ଦୁର୍ଘଟଣାରେ ପ୍ରାଣହାନି ଯୋଗୁଁ ମୁଁ ଦୁଃଖିତ। ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ସମବେଦନା।
ଆହତମାନେ ଶୀଘ୍ର ଆରୋଗ୍ୟ ହେଉ। ପ୍ରତ୍ୟେକ ମୃତକଙ୍କ ନିକଟତମ ପରିବାରକୁ ପ୍ରଧାନମନ୍ତ୍ରୀ ଏନଆରଏଫରୁ ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ। ଆହତମାନଙ୍କୁ ୫୦,୦୦୦ ଟଙ୍କା ପ୍ରଦାନ କରାଯିବ:
ପୂର୍ବରୁ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମଧ୍ୟ ମନ୍ଦସୌର ଦୁର୍ଘଟଣାରେ ୧୨ ଜଣଙ୍କ ଜୀବନହାନି ପାଇଁ ଦୁଃଖ ପ୍ରକାଶ କରିଥିଲେ ଏବଂ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଥିଲେ।