BREAKING: ସକାଳେ ଗୁଳୁଗୁଳି ଗରମ ସାଙ୍ଗକୁ ଅପରାହ୍ଣରେ ହେବ କାଳବୈଶାଖୀ

ସକାଳେ ଖରା ସହ ଗରମ, ଗୁଳୁଗୁଳି ସହ ଅପରାହ୍ଣରେ ହେବ କାଳବୈଶାଖୀ। ଆସନ୍ତା ୨୪ ଘଣ୍ଟାରେ ୫ ଜିଲ୍ଲାକୁ କାଳବୈଶାଖୀ ଚେତାବନୀ ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ।

ଭୁବନେଶ୍ୱର: ରାଜ୍ୟରେ ଅସମ୍ଭାଳ ହେଉଛି ତାତି। ତାତିରେ ବାହାରକୁ ବାହାରିବା ହେଉଛି କଷ୍ଟକର। ତାତି ସାଙ୍ଗକୁ ଆହୁରି ୫ ଦିନ ହେବ କାଳବୈଶାଖୀ ବର୍ଷା।

ସକାଳେ ଖରା ସହ ଗରମ, ଗୁଳୁଗୁଳି ସହ ଅପରାହ୍ଣରେ ହେବ କାଳବୈଶାଖୀ। ଆସନ୍ତା ୨୪ ଘଣ୍ଟାରେ ୫ ଜିଲ୍ଲାକୁ କାଳବୈଶାଖୀ ଚେତାବନୀ ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ।

୨୮ରୁ ୨ ମେ” ମଧ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଝଟକା ପବନ ଓ କୁଆପଥର ବୃଷ୍ଟି, ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି।

ବାଲେଶ୍ୱର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ଝାରସୁଗୁଡ଼ା ଜିଲ୍ଲାରେ ମଧ୍ୟାହ୍ନ ଓ ସଂଧ୍ୟା ସମୟରେ ଗୋଟିଏ କିମ୍ବା ଦୁୂଇଟି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ପବନର ବେଗ ୫୦ରୁ ୬୦ କିଲୋମିଟର ପ୍ରତି ଘଣ୍ଟାରେ ବହିବା ସହ ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ।