କ୍ରିକେଟର ମହମ୍ମଦ ସାମିଙ୍କୁ ହତ୍ୟା ଧମକ, ପୋଲିସର ତଦନ୍ତ ଜାରି

ମହମ୍ମଦ ସାମିଙ୍କୁ ଧମକ ଇମେଲ ।

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହମ୍ମଦ ସାମିଙ୍କୁ ଏକ ଧମକପୂର୍ଣ୍ଣ ମେଲ୍ ପଠାଯାଇଛି । ରବିବାର ସନ୍ଧ୍ୟାରେ ରାଜପୁତ ସିନ୍ଧର ନାମକ ଜଣେ ଯୁବକ ମହମ୍ମଦ ସାମିଙ୍କ ମେଲ୍ ଆଇଡିକୁ ଏକ ଇମେଲ୍ ପଠାଇ ତାଙ୍କୁ ହତ୍ୟା ଧମକ ଦେଇଥିଲେ । ଯାହାକି ବର୍ତ୍ତମାନ ଚର୍ଚ୍ଚାର ବିଷୟ ସାଜିଛି ।

ମହମ୍ମଦ ସାମି ବର୍ତ୍ତମାନ ସନରାଇଜର୍ସ ହାଇଦ୍ରାବାଦ ଦଳ ସହିତ ଜଡିତ ଏବଂ ଆଇପିଏଲ ଖେଳୁଛନ୍ତି । ଧମକପୂର୍ଣ୍ଣ ମେଲ୍ ପାଇବା ପରେ, ସେ ତାଙ୍କ ବଡ଼ ଭାଇ ହସିବ ଅହମ୍ମଦଙ୍କୁ ଏହା ବିଷୟରେ ଜଣାଇଥିଲେ । ଯାହା ପରେ ସୋମବାର ଦିନ ମହମ୍ମଦ ହସିବ ଏସପି ଅମିତ କୁମାର ଆନନ୍ଦଙ୍କୁ ଭେଟି ଏକ ଅଭିଯୋଗ ଦାଖଲ କରିଥିଲେ। ଏହି ମାମଲାରେ, ସାଇବର ପୋଲିସ ଷ୍ଟେସନ ଏକ ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ipl ରେ ମହମ୍ମଦ ସାମି-
ମହମ୍ମଦ ସାମି ବର୍ତ୍ତମାନ IPL 2025 ଟୁର୍ଣ୍ଣାମେଣ୍ଟରେ ରହିଛନ୍ତି । ଶାମି ସନରାଇଜର୍ସ ହାଇଦ୍ରାବାଦ ଦଳର ଜଣେ ଅଂଶ । ଏହି ଆଇପିଏଲରେ ହାଇଦ୍ରାବାଦ ଦଳର ପ୍ରଦର୍ଶନ କିଛି ବିଶେଷ ହୋଇନାହିଁ ।

SRH ଏପର୍ଯ୍ୟନ୍ତ 10ଟି ମ୍ୟାଚ୍ ଖେଳିଛି, ଯେଉଁଥିରୁ ଦଳ 7ଟି ମ୍ୟାଚ୍ ହାରିଛି । ଯେତେବେଳେ ମହମ୍ମଦ ଶାମିଙ୍କ ଦଳ ପ୍ୟାଟ୍ କମିନ୍ସଙ୍କ ଅଧିନାୟକତ୍ୱରେ କେବଳ 3ଟି ମ୍ୟାଚ୍ ଜିତିଛି । ଶାମି ଭାରତୀୟ କ୍ରିକେଟ ଦଳର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି । ଅନ୍ୟ ଦେଶର ଖେଳାଳିମାନେ ତାଙ୍କ ଦ୍ରୁତ ବୋଲିଂକୁ ଭୟ କରନ୍ତି ।