ଭୁବନେଶ୍ବର: ଖୁବଶୀଘ୍ର ପୁରୀରେ ହେବ ବିମାନ ବନ୍ଦର । ପୁରୀରେ ବିମାନ ବନ୍ଦରକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ।
ବିମାନ ବନ୍ଦରକୁ ଅନୁମୋଦନ କଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ । ଭାରତର ପ୍ରମୁଖ ସହରକୁ ସିଧାସଳଖ ଯୋଗାଯୋଗ ବୃଦ୍ଧି ହେବ ।
ପୁରୀ ଏବଂ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ ମାଇଲ୍ ଖୁଣ୍ଟ ସୃଷ୍ଟି ହେବ । କମ୍ ଟଙ୍କା ଏବଂ ସମୟରେ ପୁରୀ ଆସି ଜଗା ଦର୍ଶନ କରିପାରିବେ ଭକ୍ତ ।
ଭାରତର ସବୁଠାରୁ ପବିତ୍ର ତୀର୍ଥସ୍ଥଳ ଏବଂ ପ୍ରଭୁ ଜଗନ୍ନାଥଙ୍କ ବାସସ୍ଥାନ ପୁରୀ ଦେଶ ଏବଂ ବିଶ୍ୱର ଲକ୍ଷ ଲକ୍ଷ ଭକ୍ତ ଏବଂ ପର୍ଯ୍ୟଟକଙ୍କୁ ଆକର୍ଷିତ କରେ । ପୁରୀରେ ଏକ ବିମାନବନ୍ଦର ପ୍ରତିଷ୍ଠା ନିଷ୍ପତ୍ତି ଏହି ଅଞ୍ଚଳରେ ଧାର୍ମିକ ପର୍ଯ୍ୟଟନ, ଆଞ୍ଚଳିକ ବିକାଶ ଏବଂ ସାମଗ୍ରିକ ସଂଯୋଗୀକରଣକୁ ଏକ ପ୍ରମୁଖ ପ୍ରୋତ୍ସାହନ ପ୍ରଦାନ କରିବ ।
ଏହି ବିମାନବନ୍ଦର ପୁରୀ ଏବଂ ଭାରତର ପ୍ରମୁଖ ମହାନଗର ସହରଗୁଡ଼ିକ ମଧ୍ୟରେ ସିଧାସଳଖ ସଂଯୋଗୀକରଣକୁ ବୃଦ୍ଧି କରିପାରିବ । ତେବେ ରାଜସ୍ଥାନର କୋଟାରେ ମଧ୍ୟ ଏକ ବିମାନ ବନ୍ଦର ପାଇଁ ଅନୁମୋଦନ ମିଳିଛି ।
ପ୍ରକାଶଥାଉକି, ପାରାଦୀପରେ ନୂଆ ବିମାନବନ୍ଦର ସହିତ ୧୫ ଜିଲ୍ଲାରେ ହେଲିପୋର୍ଟ ନିର୍ମାଣ ହେବା ନେଇ ରାଜ୍ୟ ସରକାର ଘୋଷଣା କରିଥିଲେ । ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର (SJIA) ବିକାଶ ଏବଂ ରାଉରକେଲା ବିମାନ ବନ୍ଦରର ଉନ୍ନୀତକରଣ ଉପରେ ଆଲୋଚନା ହୋଇଥିଲା ।