ପରୀକ୍ଷା ଫଳ ବାହାରିବା ପୂର୍ବରୁ, ଫେଲ୍ ହେବା ଆଶଙ୍କାରେ ଜୀବନ ହାରିଲେ ୨ NEET ପରୀକ୍ଷାର୍ଥୀ
ପରୀକ୍ଷା ଦେବାର ଗୋଟିଏ ଦିନ ପରେ ବେକରେ ରଶି ଲଗାଇ ଜୀବନ ହାରିଲେ ୨ ନିଟ୍ ପରୀକ୍ଷାର୍ଥୀ।
ହାଇଦ୍ରାବାଦ: ଗୋଟିଏ ଦିନ ପୂର୍ବରୁ ସରିଥିଲା NEET ପରୀକ୍ଷା। ହେଲେ ଆଜି ଜୀବନ ହାରିଦେଲେ ୨ ଜଣ ଛାତ୍ରଛାତ୍ରୀ। ପରୀକ୍ଷା ହେବାର ଗୋଟିଏ ଦିନ ପରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ୨ ଜଣ NEET ପରୀକ୍ଷାର୍ଥୀ।
ଆଉ କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଏମିତିରେ ପରୀକ୍ଷାରେ ସମସ୍ତେ ଭଲ କରିବେ ତାର ତ କିଛି ମାନେ ନଥାଏ। ଏମିତି ଅନେକ ପରୀକ୍ଷା ଅଛି ବାରମ୍ୱାର ଦେବା ପରେବି ସଫଳତା ମିଳିନଥାଏ।
ତଥାପି ଛାତ୍ରଛାତ୍ରୀମାନେ ସେମାନଙ୍କର ଚେଷ୍ଟା ଜାରି ରଖିଥାନ୍ତି। ହେଲେ ଏଠି ଏକ ଭିନ୍ନ ଘଟଣା ଦେଖିବାକୁ ମିଳିଛି। ୨ ଜଣ ନିଟ୍ ପରୀକ୍ଷାର୍ଥୀ ମେ ୪ ତାରିଖରେ ନିଟ୍ ପରୀକ୍ଷା ଦେଇଥିଲେ। ହେଲେ ଆଜି ଆତ୍ମହତ୍ୟା କରିଛନ୍ତି।
ଆଉ ଆତ୍ମହତ୍ୟାର କାରଣ ହେଉଛି କାଳେ ସେମାନେ ପରୀକ୍ଷାରେ ଫେଲ୍ ହୋଇଯିବେ। ସେହି ଆଶଙ୍କାରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଜଙ୍ଗା ପୂଜା ଏବଂ ରାୟି ମନୋଜ କୁମାର ତେଲେଙ୍ଗାନାର ହୋଇଥିବା ବେଳେ ସେମାନେ ଫଳାଫଳ ବାହାରିବା ପୂର୍ବରୁ ହିଁ ଫାଶୀ ଲଗାଇ ଜୀବନ ହାରିଥିବା ଜାଣିବାକୁ ମିଳିଛି।
ଜଗତିଆଲ ଜିଲ୍ଲାର ଜଙ୍ଗା ପୂଜା ପ୍ରଥମ ଥର ପାଇଁ ୨୦୨୩ ମସିହାରେ ନିଟ୍ ପରୀକ୍ଷା ଦେଇଥିଲେ। ସେଥିରେ ସେ ଆଶାନୁରୁପ ରାଙ୍କ୍ ରଖି ପାରିନଥିଲେ। ଏହାପରେ ସେ ପ୍ରବେଶିକା ପରୀକ୍ଷାରେ ଭଲ କରିବା ଆଶାରେ ଭଲ ପ୍ରସ୍ତୁତି ପାଇଁ ଏକ କୋଚିଂ କ୍ଲାସରେ ନାମ ଲେଖାଇଥିଲେ।
ଜଙ୍ଗା ଚଳିତବର୍ଷ ମେ ୪ ତାରିଖରେ ପୁଣି ଥରେ ପରୀକ୍ଷା ଦେଇଥିଲେ। ହେଲେ ସେ ଭୟଭୀତ ଥିଲେ। ସେ ଘରକୁ ଫେରିବା ପରେ ତାଙ୍କ ଉତ୍ତରଗୁଡ଼ିକୁ କ୍ରସ-ଚେକ୍ କରିଥିଲେ ଏବଂ ଭାବିଥିଲେ ଯେ ସେ ଏଥର ମଧ୍ୟ ଭଲ ରାଙ୍କ ପାଇବେ ନାହିଁ। ସେଥିପାଇଁ ସେ ଜୀବନ ହାରିବାକୁ ଚିନ୍ତା କରିଥିଲେ।