ଅପରେସନ ସିନ୍ଦୂରକୁ ନେଇ ତିନି ସେନାର ପ୍ରେସ୍ମିଟ୍, ୧୦୦ରୁ ଊର୍ଦ୍ଧ୍ବ ଆତଙ୍କୀ ନିପାତ ହୋଇଛନ୍ତି
୩୫ରୁ ୪୦ ପାକ୍ ସେନା ମରିଛନ୍ତି କହିଲେ DGMO ।
ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂରକୁ ନେଇ ତିନି ସେନାର ପ୍ରେସ୍ମିଟ୍ କରିଛନ୍ତି । ପହଲଗାମ ଆତଙ୍କୀ ଆକ୍ରମଣକୁ ନେଇ ସେ ସବିଶେଷ ସୂଚନା ଦେଇଛନ୍ତି । DGMO, DGAO, DGNOଙ୍କ ପକ୍ଷରୁ ମିଳିତ ପ୍ରେସମିଟ୍ କରିଛନ୍ତି ।
୧୦୦ରୁ ଊର୍ଦ୍ଧ୍ବ ଆତଙ୍କୀ ନିପାତ ହୋଇଛନ୍ତି । କୁଖ୍ୟାତ ୟୁସୁଫ ଆଜହର, ଅବଦୁଲ ମଲିକ ରୌଫ୍, ମୁଦାସିର ଅହମ୍ମଦ ନିପାତ ହୋଇଛନ୍ତି ।
କାନ୍ଦାହାର ବିମାନ ଅପହରଣ ଓ ପୁଲୱାମା ଆଟାକରେ ସଂପୃକ୍ତ ଥିଲେ ବୋଲି ସେ କହିଛନ୍ତି । ୩୫ରୁ ୪୦ ପାକ୍ ସେନା ମରିଛନ୍ତି କହିଲେ DGMO । ମେ ୭ରୁ ୧୦ ମଧ୍ୟରେ ଅପରେସନରେ ମରିଛନ୍ତି ବୋଲି ସେ କହିଛନ୍ତି ।
ପ୍ରଥମେ ପାକିସ୍ତାନୀ DGMO ଫୋନ୍ କରିଥିଲେ କହିଲେ ସ୍ଥଳସେନା DGMO । ୧୦ ତାରିଖ ୩ଟା ୩୫ରେ ମୋତେ ଫୋନ୍ କରିଥିଲେ ।
ଅସ୍ତ୍ରବିରତି ପାଇଁ ତାଙ୍କ ପକ୍ଷରୁ ପ୍ରସ୍ତାବ ଦେଇଥିଲେ । ଆଲୋଚନା ପରେ ସହମତି ହୋଇଥିଲା । ୧୨ ତାରିଖ ୧୨ଟାରେ ପୁଣି ଆଲୋଚନା ପାଇଁ ସ୍ଥିର ହୋଇଛି ।
ଅପରେସନରେ କେଉଁ ଅସ୍ତ୍ର ବ୍ୟବହାର ହୋଇଛି କୁହାଯିବନି । କେବଳ ଟାର୍ଗେଟ ହିଟ୍ ଆମ ଲକ୍ଷ୍ୟ ଥିଲା । ଅପରେସନ ଦୃଷ୍ଟିରୁ ଏହାକୁ ଗୁପ୍ତରେ ରଖାଯାଇଛି ବୋଲି ପ୍ରେସମିଟରେ କୁହାଯାଇଛି ।
ବାୟୁସେନା କିପରି ଭାବେ ପାକିସ୍ତାନ ସାମରିକ ଘାଟି ଧ୍ବଂସ କଲା ସେନେଇ ସ୍ପଷ୍ଟ କରିଛନ୍ତି । ଭିଡିଓ ଦେଖାଇ ଏହାର ପ୍ରମାଣ ମଧ୍ୟ ଦେଇଥିଲେ ।
ପାକିସ୍ତାନ ପଟୁ ବହୁ ଡ୍ରୋନ୍ ଆକ୍ରମଣ ହୋଇଛି କିନ୍ତୁ ସବୁ ପଣ୍ଡ ହୋଇଯାଇଛି । ସଫଳତାର ସହ ସବୁ ଡ୍ରୋନ୍ ଖସାଇ ଦେଇଛୁ, କିଛି କ୍ଷତି ହୋଇନି ।
କୌଣସି ସାମରିକ ଘାଟି କିମ୍ବା ସାଧାରଣ ଲୋକଙ୍କ କ୍ଷତି ହୋଇନି ବୋଲି ସ୍ପଷ୍ଟ କରାଯାଇଛି ।