CBSE Result 2025 OUT: ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ, ପାସ୍‌ ହାର ୯୩.୬୬ ପ୍ରତିଶତ

ଭୁବନେଶ୍ବର ଜୋନ୍‌ରେ ପାସ୍‌ ହାର ୯୨.୬୪% ।

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଶେଷରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ଫଳାଫଳ ପ୍ରକାଶ କରିଛି । ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ । CBSE ୱେବସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ରହିଛି । ଛାତ୍ରଛାତ୍ରୀମାନେ ଓ୍ବେବସାଇଟକୁ ଯାଇ ରେଜଲ୍ଟ ଦେଖିପାରିବେ ।

ଚଳିତ ବର୍ଷ ପାସ୍‌ ହାର ୯୩.୬୬ ପ୍ରତିଶତ । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍‌ ହାର ଅଧିକ । ଏହା ଗତ ବର୍ଷ ତୁଳନାରେ ୦.୦୬% ଅଧିକ, ଯାହା ଦର୍ଶାଉଛି ଯେ ଛାତ୍ରଛାତ୍ରୀମାନେ ନିରନ୍ତର ଭଲ ପ୍ରଦର୍ଶନ କରୁଛନ୍ତି ।

ଭୁବନେଶ୍ବର ଜୋନ୍‌ରେ ପାସ୍‌ ହାର ୯୨.୬୪% ରହିଛି । ସେହିପରି ବିଜୟୱାଡା ପାସ୍‌ ହାର ୯୯.୭୯%, ବେଙ୍ଗାଳୁରୁ ପାସ୍‌ ହାର ୯୮.୯୦% ରହିଛି ।

କିପରି ଚେକ୍ କରିବେ ରେଜଲ୍ଟ- 

ପ୍ରଥମେ ବୋର୍ଡର ଅଫିସିଆଲ୍ ୱେବସାଇଟ୍ cbseresults.nic.in କିମ୍ବା cbse.gov.in ଭିଜିଟ୍ କରନ୍ତୁ ।
ହୋମପେଜରେ “CBSE Class 10 Result 2025” ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।
ଏବେ ଏକ ନୂତନ ପୃଷ୍ଠା ଖୋଲିବ, ଯେଉଁଥିରେ ଆପଣଙ୍କୁ ଆପଣଙ୍କର ରୋଲ ନମ୍ବର, ସ୍କୁଲ ନମ୍ବର ଏବଂ ଜନ୍ମ ତାରିଖ ଦେବାକୁ ପଡିବ।
ଆପଣ ଦାଖଲ କରିବା ମାତ୍ରେ ଆପଣଙ୍କର ଡିଜିଟାଲ୍ ମାର୍କସିଟ୍ ସ୍କ୍ରିନରେ ଦେଖାଯିବ ।
ଯାହାକୁ ଆପଣ ଡାଉନଲୋଡ୍ କିମ୍ବା ପ୍ରିଣ୍ଟ କରିପାରିବେ ।

ମୋବାଇଲ୍ ଆପରେ ଏପରି ଦେଖନ୍ତୁ-

ସର୍ବପ୍ରଥମେ ଆପଣଙ୍କ ମୋବାଇଲରେ UMANG ଆପ୍ କିମ୍ବା DigiLocker ଆପ୍ ଡାଉନଲୋଡ୍ କରନ୍ତୁ ।
ଲଗ୍ ଇନ୍ କରିବା ପରେ, CBSE ଫଳାଫଳ ବିଭାଗକୁ ଯାଆନ୍ତୁ ।
ରୋଲ ନମ୍ବର ଏବଂ ଅନ୍ୟାନ୍ୟ ବିବରଣୀ ପ୍ରବେଶ କରନ୍ତୁ ଏବଂ ଦାଖଲ କରନ୍ତୁ ।