ପାରାଦୀପ ସମୁଦ୍ରରେ ପାକିସ୍ତାନୀ, ବନ୍ଦର ଠାରୁ 20 କିମି ଦୂରରେ ପାକିସ୍ତାନୀ ଜାହାଜ

ହଂକଂରୁ ଜାହାଜ ପହଞ୍ଚିବା ପରେ ଓଡ଼ିଶାରେ ହଇଚଇ

ଓଡିଶା ଭାସ୍କର: ଭାରତ ପାକିସ୍ତାନର ଘମାଘୋଟ ଯୁଦ୍ଧ ପରେ ପାରାଦୀପ ବନ୍ଦରରେ ଦେଖିବାକୁ ମିଳିଛି ପାକିସ୍ତାନୀ ଜାହାଜ। ବନ୍ଦର ଠାରୁ 20କିମି ଦୂରରେ ରହିଛି ଏହି ଜାହାଜ। ଏଥିରେ ରହିଛନ୍ତି 25 ଜଣ କ୍ରିଉ ମେମ୍ବର। 25 ଜଣଙ୍କ ମଧ୍ୟରୁ 21 ଜଣ ହେଉଛନ୍ତି ପାକିସ୍ତାନୀ। 2 ଲକ୍ଷ ଟନ୍ ଇଞ୍ଜିନ ଅଏଲ୍ ନେଇ ଆସିଛି ଏହି ଜାହାଜ।

ତେଲ ଖାଲି କରିବା ପରେ ଫେରିଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ମେରାଇନ ପୋଲିସ। ଜାହାଜରେ ରହିବେ, ମାଟି ନଛୁଇଁବାକୁ ମଧ୍ୟ ମିଳିଛି ନିର୍ଦ୍ଦେଶ।