ଘୋଷଣା ହେଲା NEET MDS ରେଜଲ୍ଟ, ଏପରି ଡାଉନଲୋଡ କରନ୍ତୁ ସ୍କୋରକାର୍ଡ

ପ୍ରକାଶ ପାଇଲା ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ ଫଳ ।

ନୂୂଆଦିଲ୍ଲୀ: ନ୍ୟାସନାଲ ବୋର୍ଡ ଅଫ୍ ଏକ୍ଜାମିନେସନ୍ ଇନ୍ ମେଡିକାଲ୍ ସାଇନ୍ସ (NBEMS) ମାଷ୍ଟର ଅଫ୍ ଡେଣ୍ଟାଲ୍ ସର୍ଜରୀ ପାଇଁ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (NEET MDS 2025) ଫଳାଫଳ ପ୍ରକାଶ କରିଛି ।

ପରୀକ୍ଷାରେ ଅଂଶଗ୍ରହଣ କରିଥିବା ପ୍ରାର୍ଥୀମାନେ ସରକାରୀ ୱେବସାଇଟ୍ natboard.edu.in ରୁ ସେମାନଙ୍କର ଫଳାଫଳ ଦେଖିପାରିବେ ଏବଂ ସ୍କୋରକାର୍ଡ ଡାଉନଲୋଡ୍ କରିପାରିବେ । ମାଷ୍ଟର ଅଫ୍ ଡେଣ୍ଟାଲ୍ ସର୍ଜରୀ (MDS) ପ୍ରୋଗ୍ରାମରେ ପ୍ରବେଶ ପାଇଁ NEET MDS 2025 ଅନୁଷ୍ଠିତ ହୁଏ ।

NBEMS NEET MDS 2025 ଫଳାଫଳ PDF ରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ଏବଂ ବର୍ଗ ଅନୁଯାୟୀ କଟ-ଅଫ୍ ସ୍କୋର ପ୍ରକାଶ କରିଛି । ଯେଉଁ ଛାତ୍ରଛାତ୍ରୀମାନେ ସମ୍ପୃକ୍ତ କଟ-ଅଫ୍ ସହିତ ସମାନ କିମ୍ବା ତା’ଠାରୁ ଅଧିକ ନମ୍ବର ରଖିଛନ୍ତି, ସେମାନେ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ MDS କାର୍ଯ୍ୟକ୍ରମରେ ପ୍ରବେଶ ପାଇଁ ଯୋଗ୍ୟ ହେବେ ।

ବର୍ଗ ୱିଜ୍ କଟଅଫ୍ ପର୍ସେଣ୍ଟାଇଲ୍ ଏବଂ ସ୍କୋର ୱାଇଜ୍ ବିଷୟରେ କହିବାକୁ ଗଲେ, ସାଧାରଣ/EWS ବର୍ଗ ପାଇଁ ଶତକଡ଼ା 50 ଏବଂ ସର୍ବନିମ୍ନ ସ୍କୋର 261 । ସେହିପରି ସାଧାରଣ PwBD ବର୍ଗ ପାଇଁ ଶତକଡ଼ା 45 ଏବଂ ସର୍ବନିମ୍ନ ସ୍କୋର 244। SC, ST ଏବଂ OBC ବର୍ଗ ପାଇଁ ଶତକଡ଼ା 40 ଏବଂ ସର୍ବନିମ୍ନ ସ୍କୋର 227 ।

ଏପରି ଡାଉନଲୋଡ କରନ୍ତୁ- 

ଅଫିସିଆଲ୍ ୱେବସାଇଟ୍ – natboard.edu.in ଭିଜିଟ୍ କରନ୍ତୁ ।

ହୋମପେଜରେ, “NEET-MDS 2025 ର ଫଳାଫଳ ଘୋଷଣା” ଶୀର୍ଷକ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।

ଫଳାଫଳ PDF ସହିତ ଏକ ନୂତନ ୱିଣ୍ଡୋ ଖୋଲିବ ।

PDF ଯାଞ୍ଚ କରି ଡାଉନଲୋଡ୍ କରନ୍ତୁ ।

ଭବିଷ୍ୟତରେ ସୂଚନା ପାଇଁ ଏକ ପ୍ରିଣ୍ଟଆଉଟ୍ ନିଅନ୍ତୁ ।