ବଡ଼ ଅଜବ! ଏହି ଗାଁରେ କମିଗଲା ହିନ୍ଦୁଙ୍କ ସଂଖ୍ୟା, ବଢିଗଲେ ମୁସଲିମ

ଏହି ଗାଁରେ ଏମିତି ବଢିଗଲା ମୁସଲିମଙ୍କ ସଂଖ୍ୟା, ଜାଣନ୍ତୁ କେମିତି

ଓଡିଶାଭାସ୍କର: ଏଠାରେ କମ ସଂଖ୍ୟକ ହିନ୍ଦୁ ରହୁଥିବା ବେଳେ ଅଲଗା ସମ୍ପ୍ରଦାୟର ଲୋକଙ୍କ ସଂଖ୍ୟା ଏଠି ଅଧିକ। ଉତ୍ତରାଖଣ୍ଡରେ ଜନସଂଖ୍ୟାଗତ ପରିବର୍ତ୍ତନ ଏବଂ ବାହାର ଲୋକଙ୍କ ଅନୁପ୍ରବେଶର କଥା କାହାକୁ ବା ନଜଣା। ଡେରାଡୁନ ଜିଲ୍ଲା ସୀମାନ୍ତବର୍ତ୍ତୀ ତ୍ୟୁଣି ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା।

ସେଠାରେ 12ରୁ ଅଧିକ ଗାଁ ଏପରି ଅଛି ଯେଉଁଠି ହିନ୍ଦୁ ମାନଙ୍କ ସଂଖ୍ୟା କମ ଏବଂ ମୁସଲମାନଙ୍କ ସଂଖ୍ୟା ଅଧିକ । ଆଜି ଏଠାକାର ଅନେକ ଲୋକ ମୁସଲିମ ଲୋକଙ୍କ ଦ୍ୱାରା ବାସହରା ହୋଇଗଲଲେଣି। ପୁଟାଡ ଗ୍ରାମ ଅନ୍ତର୍ଗତ ଧନରାସ ବସ୍ତିରେ ମଧ୍ୟ ସମାନ ପରିସ୍ଥିତି। ମାତ୍ର 40 ବର୍ଷ ମଧ୍ୟରେ ତ୍ୟୁଣି ତହସିଲ ଅଞ୍ଚଳରେ ଏକ ବିରାଟ ପରିବର୍ତ୍ତନ ଦେଖାଦେଇଛି।

-୪୦ ବର୍ଷ ପୂର୍ବେ, ଗୋଟିଏ ମୁସଲିମ ପରିବାର ପୁଟାଡ ଗ୍ରାମ ପଞ୍ଚାୟତକୁ ଆସିଥିଲେ କିନ୍ତୁ ଆଜି ତାହା ୩୦ ପରିବାରରେ ପରିବର୍ତ୍ତନ ହୋଇଯାଇଛି। ସେହିପରି ସୁନିର ଗାଁ, ଯେଉଁଠାରେ ଗୋଟିଏ ମୁସଲିମ ପରିବାର ଆସିଥିଲେ। ଆଉ ଆଜି ସେଠାରେ 45ଟି ମୁସଲିମ ପରିବାର ହୋଇଗଲେଣି।

ହନୋଲ ଗାଁରେ ମଧ୍ୟ ସମାନ ଅବସ୍ଥା। ଏଠାରେ 32 ରୁ ଅଧିକ ମୁସଲିମ ପରିବାର ଅଛନ୍ତି। ଏଠାରେ 12ରୁ ଅଧିକ ଗାଁ ଅଛି ଯେଉଁଠାରେ ମୁସଲିମ ବସ୍ତି ମଧ୍ୟ ହୋଇଗଲାଣି।

ଯେତେବେଳେ ସେହି ମୁସଲିମ ଲୋକଙ୍କୁ ଏ ବିଷୟରେ ପଚରାଗଲା ସେତେବେଳେ ସେ କହିଥିଲେ ଯେ ଆମେ ଏଠାରେ ବହୁତ ଦିନ ହେଲାଣି ରହୁଛୁ ଏବଂ ଏଠାକାର ଜମି ମଧ୍ୟ ଆମ ନାଁରେ ଅଛି। କିନ୍ତୁ ସେମାନେ ଏହା ଜାଣିନାହାଁନ୍ତି ଯେ ଜମି ସେମାନଙ୍କ ନାଁରେ କିପରି ପଞ୍ଜିକୃତ ହେଲା।

ଏହା ବ୍ୟତୀତ ଭୋଟର କାର୍ଡ, ରାସନ କାର୍ଡ, ଆଧାର କାର୍ଡ ମଧ୍ୟ ସେମାନଙ୍କ ନାଁରେ ଅଛି। ଯେତେବେଳେ ଏହି ଅଞ୍ଚଳ ସବୁ ଆଦିବାସୀଙ୍କର , କୌଣସି ବାହାର ଲୋକ ଏହାକୁ ନେଇପାରିବେ ନାହିଁ ସେତେବେଳେ ଏହି ଜମି ମୁସଲିମ ସମ୍ପ୍ରଦାୟ ଲୋକମାନଙ୍କର ହେଲା କିପରି ?

ବାହାରୁ ଆସିଥିବା ମୁସଲିମ ସମ୍ପ୍ରଦାୟର ଲୋକମାନେ ପ୍ରଥମେ ଯାଯାବର ଭାବରେ ଏହି ଅଞ୍ଚଳରେ ପହଞ୍ଚିଥିଲେ ଏବଂ ବନ ବିଭାଗରୁ ଅନୁମତି ନେବା ପରେ ସେମାନେ ଗ୍ରୀଷ୍ମ ଋତୁରେ ଏଠାରେ ରହୁଥିଲେ। ତା’ପରେ ଶୀତ ଋତୁରେ ପୁଣି ଫେରିଯାଉଥିଲେ। କିନ୍ତୁ କିଛି ପରିବାର ଏଠାରେ ସ୍ଥାୟୀ ଭାବରେ ରହିବା ଆରମ୍ଭ କଲେ ଏବଂ ଲୋକଙ୍କ ବଗିଚାରେ ଜଗୁଆଳୀ ଭାବରେ କାମ କରିବା ଆରମ୍ଭ କଲେ।

ସେତେବେଳେ ସେହି ଅଞ୍ଚଳରେ କେବଳ ୪୪ଟି ମୁସଲିମ ପରିବାର ଥିଲେ। ଧୀରେ ଧୀରେ ଏହି ସଂଖ୍ୟା ବୃଦ୍ଧି ପାଇଲା ଆଉ ଆଜି ଏହା ଏକ ଗାଁରେ ପରିଣତ ହୋଇଯାଇଛି ଏବଂ ସେଠାକାର ଜମି ମଧ୍ୟ ସେମାନେ ନିଜ ନାଁରେ କରିଦେଇଛନ୍ତି।

ଏବେ ଏହି ଗାଁଗୁଡ଼ିକର ରୂପ ସମ୍ପୂର୍ଣ୍ଣ ବଦଳି ଯାଇଛି। ଆଦିବାସୀ ଅଞ୍ଚଳରେ ବାହାର ଲୋକଙ୍କ ଅନୁପ୍ରବେଶ ଏବଂ ବିଶେଷକରି ମୁସଲିମ ସମ୍ପ୍ରଦାୟର ଲୋକମାନେ ଏଠାରେ ବସବାସ କରିବା ଏବଂ ପରେ ସେମାନଙ୍କ ନାମରେ ଜମି ପଞ୍ଜିକୃତ ହେବା ଏକ ଚିନ୍ତାର ବିଷୟ ପାଲଟିଛି। ସରକାର ଏଥିପ୍ରତି ଧ୍ୟାନ ଦେବା ଉଚିତ, ଯାହା ଦ୍ଵାରା ଆଦିବାସୀ ଅଞ୍ଚଳକୁ ଅନୁପ୍ରବେଶକାରୀଙ୍କ କବଳରୁ ସୁରକ୍ଷିତ ରଖାଯାଇପାରିବ।