ବାରହା ଶିକାର ପଡିଲା ମହଙ୍ଗା, ବିଦ୍ୟୁତ ତାର ତାର ଲାଗି ଜଣେ ମୃତ

ବାରହା ଶିକାର ପାଇଁ ଖଞ୍ଜିଥିବା ବିଦ୍ୟୁତ ତାର ଲାଗି ଜଣେ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଓଡିଶା ଭାସ୍କର: ନିତିଦିନିଆ ଜୀବନରେ କେତେବେଳେ ଯେ କଣ ଘଟିଯିବ କିଛି ଜଣା ପଡ଼ିନଥାଏ। ମଣିଷ କେବେ ଜାଣିନଥାଏ ଯେ, କେତେବେଳେ କେଉଁ ମୁହୂର୍ତ୍ତରେ ତାର ଜୀବନ ଚାଲିଯିବ। ଆଜ୍ଞା ହଁ ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବାଙ୍କୀ ଠାରେ। ବାରହା ଶିକାର ପାଇଁ ଖଞ୍ଜା ଯାଇଥିବା ବିଦ୍ୟୁତ ତାର ଲାଗି ଯାଇଛି ଜଣଙ୍କ ଜୀବନ।

ସେହି ମୃତକ ଜଣଙ୍କ ହେଉଛନ୍ତି କୁଶପଙ୍ଗୀ ଗାଁର ଗନ୍ଧର୍ବ ପ୍ରଧାନ। କେହି ଜଣେ ବାରହା ଶିକାର ପାଇଁ କରେଣ୍ଟ ତାର ଖଞ୍ଜି ଥିବା ସମୟରେ ଗନ୍ଧର୍ବ ପ୍ରଧାନଙ୍କର ଅସାବଧାନତା ଯୋଗୁଁ କରେଣ୍ଟ ତାର ତାଙ୍କ ଦେହରେ ଲାଗି ମୃତ୍ୟୁ ଘଟିଛି।

ତେବେ ଏହାକୁ ନେଇ ସେଠାକାର ପରିବେଶରେ ଶୋକର ଛାୟା ଖେଳିଯାଇଥିବା ବେଳେ ଲୋକେ କ୍ଷତି ପୂରଣ ଦାବିରେ କୁଶପଙ୍ଗୀ ଛକରେ ମୃତଦେହ ରଖି ରାସ୍ତାରୋକ କରିଛନ୍ତି।