BCCIର ବଡ଼ ଘୋଷଣା, ଏହି ଗ୍ରାଉଣ୍ଡରେ ଖେଳାଯିବ IPL 2025 ଫାଇନାଲ ମ୍ୟାଚ

ଘୋଷଣା ହେଲା ପ୍ଲେଅଫ୍ ଭେନ୍ୟୁ ।

ନୂଆଦିଲ୍ଲୀ: ଆଇପିଏଲ ଫାଇନାଲ୍ ମ୍ୟାଚ୍ ନେଇ ବିସିସିଆଇ ବଡ଼ ଘୋଷଣା କରିଛି । ଆଇପିଏଲ ୨୦୨୫ର ଫାଇନାଲ ମ୍ୟାଚ୍ ଜୁନ୍ ୩ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ।

ଆଜି ଏନେଇ ଏକ ଲମ୍ବା ବୈଠକ ପରେ ବିସିସିଆଇ ଏହି ନିଷ୍ପତ୍ତି ନେଇଛି । IPL 2025ର ପ୍ରଥମ କ୍ୱାଲିଫାୟର ମ୍ୟାଚ୍ ମଧ୍ୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । IPL 2025ର ପ୍ରଥମ କ୍ୱାଲିଫାୟର ମ୍ୟାଚ୍ 1 ଜୁନରେ ଖେଳାଯିବ ।

କ୍ୱାଲିଫାୟର-୧ ଏବଂ ଏଲିମିନେଟର ମ୍ୟାଚ୍- ଆଇପିଏଲ ୨୦୨୫ର ପ୍ରଥମ କ୍ୱାଲିଫାୟର ମ୍ୟାଚ୍ ୨୯ ମଇରେ ଖେଳାଯିବ । ଏହି ମ୍ୟାଚ୍ ନ୍ୟୁ ଚଣ୍ଡିଗଡ଼ର ମୁଲାନପୁରରେ ଖେଳାଯାଇପାରିବ । ଏହା ବ୍ୟତୀତ, ମେ 30 ତାରିଖରେ ଖେଳାଯିବାକୁ ଥିବା ଏଲିମିନେଟର ମ୍ୟାଚ୍ ମଧ୍ୟ ନ୍ୟୁ ଚଣ୍ଡିଗଡ଼ର ମୁଲାନପୁରରେ ଆୟୋଜିତ ହୋଇପାରେ । ଏହା ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇ ନାହିଁ ।

କୁହାଯାଉଛି ଯେ ଦେଶରେ ଧୀରେ ଧୀରେ ବର୍ଷା ଋତୁ ଆରମ୍ଭ ହେଉଥିବାରୁ ବିସିସିଆଇ ପାଗକୁ ଧ୍ୟାନରେ ରଖି ଏହି ସ୍ଥାନଗୁଡ଼ିକୁ ଚୟନ କରିଛି । ଏହି କାରଣରୁ ଅହମ୍ମଦାବାଦକୁ ଫାଇନାଲ ପାଇଁ ଚୟନ କରାଯାଇଛି ।

ପ୍ଲେଅଫରେ 3ଟିମ୍ କ୍ବାଲିଫାଇ- କହି ରଖୁଛୁ ଯେ IPL 2025 ରେ ଏପର୍ଯ୍ୟନ୍ତ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB), ପଞ୍ଜାବ କିଙ୍ଗ୍ସ (PBKS) ଏବଂ ଗୁଜରାଟ ଟାଇଟାନ୍ସ (GT) ପ୍ଲେଅଫ ପାଇଁ କ୍ବାଲିଫାଇ ହୋଇପାରିଛନ୍ତି । ଏହା ମଧ୍ୟ ନିଶ୍ଚିତ ହୋଇଛି ଯେ ଦିଲ୍ଲୀ କ୍ୟାପିଟାଲ୍ସ କିମ୍ବା ମୁମ୍ବାଇ ଇଣ୍ଡିଆନ୍ସ ଚତୁର୍ଥ ଦଳ ହେବ । ଚେନ୍ନାଇ ସୁପର କିଙ୍ଗ୍ସ (CSK), ରାଜସ୍ଥାନ ରୟାଲ୍ସ (RR), ସନରାଇଜର୍ସ ହାଇଦ୍ରାବାଦ (SRH), ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ଏବଂ କୋଲକାତା ନାଇଟ୍ ରାଇଡର୍ସ (KKR) ପ୍ଲେଅଫ୍ ରେସରୁ ବାଦ ପଡ଼ିଛନ୍ତି ।