ଓଡ଼ିଶାର ସମୃଦ୍ଧ ଶିଳ୍ପ ଇତିହାସରେ ଯୋଡ଼ି ହେଲା ଆଉ ଏକ ପୃଷ୍ଠା

ଯାଜପୁର କଳିଙ୍ଗନଗରରେ ୧ ଲକ୍ଷ ୧୫ ହଜାର କୋଟିର ପ୍ରକଳ୍ପ।

ଯାଜପୁର:  ଓଡ଼ିଶାର ସମୃଦ୍ଧ ଶିଳ୍ପ ଇତିହାସରେ ଯୋଡ଼ି ହେଲା ଆଉ ଏକ ପୃଷ୍ଠା। ଯାଜପୁର କଳିଙ୍ଗନଗରରେ ୧ ଲକ୍ଷ ୧୫ ହଜାର କୋଟିର ପ୍ରକଳ୍ପର ହେଲା ଶୁଭ ଉଦଘାଟନ। ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଆଜି  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯାଜପୁର ଜିଲ୍ଲାର କଳିଙ୍ଗନଗରରେ ବିଭିନ୍ନ ଶିଳ୍ପ ପ୍ରକଳ୍ପଗୁଡିକର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। । ୪୯ ହଜାର କୋଟି ଟଙ୍କା ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି। ୬୬ ହଜାର କୋଟି ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ। ୩୬ ହଜାର ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟ।

ଏହି ଅବସରରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ, ଶ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ, ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା, ବିଧାୟକ ଶ୍ରୀ ଅମର କୁମାର ନାୟକ, ଶ୍ରୀ ଆକାଶ ଦାସ ନାୟକ ଏବଂ ଅନ୍ୟାନ୍ୟ ଅଧିକାରୀ ଓ ଶିଳ୍ପପତି ମାନେ ଉପସ୍ଥିତ ଥିଲେ।