ଘର ସାମ୍ନାରେ ଲଗାନ୍ତୁ ଏହି ସବୁ ଗଛ, ମିଳିବ ଶୁଭଫଳ, ହେବ ଉନ୍ନତି
ଏହି ସବୁ ଗଛ ଲଗାଇବା ଦ୍ୱାରା ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ପାଇବା ସହିତ ସୁଖ ସମୃଦ୍ଧି ଲାଗିରହିବ
ଓଡିଶା ଭାସ୍କର: ସମସ୍ତେ ଚାହିଁଥାନ୍ତି ଘରେ ସବୁବେଳେ ସୁଖ ସମୃଦ୍ଧି ଲାଗିରହୁ ଏବଂ ସମସ୍ତଙ୍କର ଉନ୍ନତି ହେଉ। ସେଥିପାଇଁ ସମସ୍ତେ ଘରର ବାସ୍ତୁ ଦୋଷ ଦୂର କରିବା ପାଇଁ ପୂଜା ପାଠ କରିଥାନ୍ତି। କୁହାଯାଏ କି ପୂଜା ପାଠ କରିବା ବ୍ୟତୀତ ଏମିତି କିଛି ଗଛ ଅଛି, ଯାହାକୁ ଲଗାଇଲେ ମଧ୍ୟ ବସ୍ତୁ ଦୋଷ ଦୂର ହୋଇଥାଏ। ଏବଂ ଘରର ଉନ୍ନତି ହୋଇଥାଏ। ତେବେ ଆସନ୍ତୁ ଜାଣିବା ସେହି ସବୁ ଗଛ ଗୁଡ଼ିକ କଣ କଣ।
ବେଲ ଗଛ: ବେଲ ଗଛ ଦେବ ଦେବ ମହାଦେବଙ୍କର ପ୍ରିୟ ହୋଇଥାଏ। ଏହାର ପତ୍ରକୁ ପ୍ରଭୁଙ୍କ ନିକଟରେ ଅର୍ପଣ କରିବା ଦ୍ୱାରା ପ୍ରଭୁ ଖୁସି ହେଇଥାନ୍ତି। ଏହି ଗଛ ଘର ନିକଟରେ ରହିଲେ ଅତ୍ୟନ୍ତ ଶୁଭ ଫଳ ମିଳିବା ସହିତ ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ।
ନଡ଼ିଆ ଗଛ: ନଡ଼ିଆକୁ ଶ୍ରୀଫଳ ବୋଲି କୁହାଯାଇଥାଏ। ଏହି ଫଳ ମଧ୍ୟ ସମସ୍ତ ଦେବା ଦେବୀଙ୍କ ପାଖେ ପୂଜା କରାଯାଏ। ବାସ୍ତୁ ଦୋଷ ଦୂର କରିବା ପାଇଁ ଘର ନିକଟରେ ନଡ଼ିଆ ଗଛ ରହିଲେ ଶୁଭ ହୋଇଥାଏ। ଏହାଦ୍ୱାରା ପରିବାର ଲୋକଙ୍କର ମାନସମ୍ମାନ ମଧ୍ୟ ବୃଦ୍ଧି ପାଇଥାଏ।
ଅଶୋକ ଗଛ: ବାସ୍ତୁ ଅନୁସାରେ ଘର ନିକଟରେ ଅଶୋକ ଗଛ ଲଗାଇଲେ ଶୁଭ ହୋଇଥାଏ। ଏହାଦ୍ୱାରା ନକାରାତ୍ମକ ଶକ୍ତି ଦୂର ହେବା ସହ ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ।
ଅଶ୍ୱଗନ୍ଧା ଗଛ: ଅଶ୍ୱଗନ୍ଧା ଗଛରେ ଔଷଧୀୟ ଗୁଣ ରହିଛି। ବାସ୍ତୁ ଅନୁସାରେ ଘର ନିକଟରେ ଅଶ୍ୱଗନ୍ଧା ଗଛ ଲଗାଇଲେ ଘର ପାଇଁ ଶୁଭ ହୋଇଥାଏ। ଏହା ଦ୍ୱାରା ଘରର ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ।
ବରଗଛ: ଘରର ପୂର୍ବ ଦିଗରେ ବର ଗଛ ଥିଲେ ଅତ୍ୟନ୍ତ ଶୁଭ ଫଳ ମିଳିଥାଏ। ବର ଗଛରେ ଭଗବାନ ବସବାସ କରନ୍ତି ବୋଲି ବିଶ୍ୱାସ ରହିଛି। ଘରର ପଶ୍ଚିମ ଦିଗରେ ବର ଗଛ ରହିଲେ ଅଶୁଭ ହୋଇଥାଏ।