Breaking: ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକ

୭୪ ବର୍ଷ ବୟସରେ ପ୍ରସନ୍ନ ପଟ୍ଟନାୟକଙ୍କ ଦେହାନ୍ତ ।

ଭୁବନେଶ୍ବର: ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ଦେହାନ୍ତ ହୋଇଛି । ସେ କାମାକ୍ଷାନଗରର ପୂର୍ବତନ ବିଧାୟକ ରହିଥିଲେ ।

ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । 74 ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସେ ଓଡ଼ିଶାର ପ୍ରଥମ ବିଜେପି ବିଧାୟକ ଥିଲେ ।

3 ଥରର ବିଧାୟକ-  ମୋଟ 3 ଥର କାମାକ୍ଷାନଗରରୁ ସେ ବିଧାୟକ ହୋଇଥିଲେ । ମଲ୍ଟି ଅର୍ଗାନ ଫେଲର ହେବା କାରଣରୁ ସେ ଦୀର୍ଘଦିନ ଧରି ଚିକିତ୍ସିତ ଅବସ୍ଥାରେ ରହିଥିଲେ । ତେବେ ଆଜି ଭୋରରୁ ସେ ପ୍ରାଣ ହରାଇଛନ୍ତି ।

ଓଡ଼ିଶାରେ ବିଜେପିର ମୂଳଦୂଆ ପକାଇବାରେ ତାଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା । ମାତ୍ର 28 ବର୍ଷ ବର୍ଷ ବସରେ ସେ ବିଧାୟକ ହୋଇଥିଲେ । ଛାତ୍ର ଜୀବନରୁ ହିଁ ସେ ରାଜନୀତିକୁ ଆସିଥିଲେ । ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି ।