ବୃଦ୍ଧାଙ୍କୁ ହୋଇଗଲା ପ୍ରେମ, ଖୋଜୁଥିଲେ 4 ବୋହୂ, ଖୋଜୁ ଖୋଜୁ ଜଣାପଡିଲା…
ନିଜଠାରୁ 30 ବର୍ଷ ସାନ ପ୍ରେମିକଙ୍କ ଫେରାର ହୋଇଗଲେ ବୃଦ୍ଧା
ଉତ୍ତରପ୍ରଦେଶ: କି ଯୁଗ ହେଲା ଲୋ ମା, 4-4ଟା ବିବାହିତ ପୁଅର ମାଆଙ୍କୁ ବି ହୋଇଗଲା ପ୍ରେମ। ସେ ପୁଣି ନିଜଠାରୁ 30ବର୍ଷ କମ ବୟସର ଯୁବକ ସହିତ। ଏହି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଲଳିତପୁରରେ। ନିଜଠାରୁ 30ବର୍ଷ ସାନ ପ୍ରେମିକଙ୍କ ସହ 4 ବିବାହିତ ପୁଅର ମାଆ, ବୋହୂମାନଙ୍କର ସମସ୍ତ ଅଳଙ୍କାର ନେଇ ଫେରାର ହୋଇଯାଇଛନ୍ତି।
ବୃଦ୍ଧ ମହିଳାଙ୍କ ସ୍ୱାମୀ କହିଛନ୍ତି ଯେ, ତାଙ୍କ ସ୍ତ୍ରୀଙ୍କର ଜଣେ 30 ବର୍ଷୀୟ ପୁରୁଷଙ୍କ ସହିତ ପ୍ରେମ ସମ୍ପର୍କ ଥିଲା। ପ୍ରାୟ 20 ଦିନ ପୂର୍ବେ ସେ ସେହି ଯୁବକଙ୍କ ସହିତ ଘରୁ ଫେରାର ହୋଇଯାଇଥିଲେ। ତା ପରେ ସେ ଯେତେବେଳେ ଜାଖୋରା ପୋଲିସ ଷ୍ଟେସନରେ ଅଭିଯୋଗ କରିବାକୁ ଯାଇଥିଲେ, ପୋଲିସ ସେଥିରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା।
ଶେଷରେ ନିରାଶ ହୋଇ ପରିବାର ଲୋକେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏକ ଚିଠି ଲେଖି ସବୁ କଥା ବର୍ଣ୍ଣନା କରିଛନ୍ତି। ତା ସହିତ ପୋଲିସ ଅଧିକ୍ଷକଙ୍କୁ ମଧ୍ୟ ନ୍ୟାୟ ଦାବି କରି ଏକ ଚିଠି ଲେଖିଛନ୍ତି। ପ୍ରେମିକଙ୍କ ସ୍ତ୍ରୀ ମଧ୍ୟ ଏହି ଘଟଣାକୁ ନେଇ କହିଛନ୍ତି ଯେ, ତାଙ୍କ ସ୍ୱାମୀଙ୍କର ଏହି କାର୍ଯ୍ୟ ପାଇଁ ସେ ସମାଜ ଆଗରେ ମୁହଁ ଟେକି ଚାଲିପାରୁନାହଁନ୍ତି।
ସେ ମଧ୍ୟ ତାଙ୍କ ସ୍ୱାମୀଙ୍କୁ ଖୋଜିବା ପାଇଁ ପୋଲିସକୁ ନିବେଦନ କରିଛନ୍ତି। ଘଟଣାର ଗମ୍ଭୀରତା ଦେଖି ପୋଲିସ ଏବେ ବୃଦ୍ଧା ଏବଂ ତାଙ୍କ ପ୍ରେମିକଙ୍କୁ ଖୋଜିବା ଆରମ୍ଭ କରିଛି।