ବିଦ୍ୟୁତ୍ କାଟରୁ ମିଳିଲା ମୁକ୍ତି, ଆଉ ଲାଗିବନି ଗରମ, ଯୁଆଡେ ଚାହିଁବେ ନେଇକି ଯାଇପାରିବେ
ଗରମରୁ ମିଳିଲା ତ୍ରାହି, ସବୁ ଅସୁବିଧାର ହେଲା ସମାଧାନ
ଗୁଜୁରାଟ: ଦିନକୁ ଦିନ ଗରମର ମାତ୍ରା ଯେଉଁପରି ଭାବେ ବୃଦ୍ଧିପାଉଛି ତାହା ସହ୍ୟ କରିବା ଅସମ୍ଭବ ହୋଇଯାଉଛି। ସେଥିରେ ପୁଣି ବାରମ୍ବାର ଯେଉଁ ବିଜୁଳି କଟୁଛି,ସେଇଟା ସମସ୍ତଙ୍କର ଚିନ୍ତାର ବିଷୟ ପାଲଟିଛି। ଏହାକୁ ଦୃଷ୍ଟିରେ ରଖି ଗୁଜୁରାଟର ସୁରଟରେ ରହୁଥିବା ବାରମେରର ବାସିନ୍ଦା ଡୁଙ୍ଗର ସିଂହ ସୋଢା ‘ସନୱିଣ୍ଡ’ ନାମକ ଏକ ପୋର୍ଟେବଲ୍ ପବନକଳ ତିଆରି କରିଛନ୍ତି।
ଯାହା କେବଳ ଗାଁରେ ବିଦ୍ୟୁତ ଦ୍ୱାରା ହେଉଥିବା ଅସୁବିଧାର ସମାଧାନ କରୁନି ବରଂ ସହର ସମେତ ସାରା ଦେଶରେ ଶସ୍ତାରେ ନିଜର ଶକ୍ତି ପ୍ରଚଳନ କରିପାରୁଛି।
ଭାରତ ଲଗାତାର ଭାବରେ ସ୍ୱଚ୍ଛ ଶକ୍ତି ଆଡ଼କୁ ଅଗ୍ରସର ହେଉଛି। ସୌର ଶକ୍ତି ଏବଂ ପବନ ଶକ୍ତିର ଅନେକ ଗୁଡିଏ ପ୍ରକଳ୍ପ ଉପରେ କାମ ମଧ୍ୟ ଚାଲିଛି। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହା ଯେ, ଏବେ ସାଧାରଣ ଲୋକ ମଧ୍ୟ ସ୍ୱଚ୍ଛ ଶକ୍ତିର ମହତ୍ୱ ବୁଝିବାକୁ ଲାଗିଲେଣି।
ଲୋକମାନେ କେବଳ ନିଜ ଘର କିମ୍ବା ବ୍ୟବସାୟ ପାଇଁ ସୌର କିମ୍ବା ପବନ ଶକ୍ତି ଆପଣାଉନାହାଁନ୍ତି, ବରଂ ଅନେକ ଲୋକ ସୌର ପ୍ୟାନେଲ କିମ୍ବା ପବନ ଟର୍ବାଇନ ବ୍ୟବସାୟ କରିବା ପାଇଁ ଚେଷ୍ଟା କରୁଛନ୍ତି।
ଏପର୍ଯ୍ୟନ୍ତ ଏହି କ୍ଷେତ୍ରରେ ବଡ଼ ବଡ଼ କମ୍ପାନୀର ନାମ ଶୁଣାଯାଉଥିଲା କିନ୍ତୁ ଏବେ ଯୁବପିଢ଼ି ଏହି କ୍ଷେତ୍ରରେ ପରୀକ୍ଷା କରି ନିଜର ଉଦ୍ୟୋଗ ଆରମ୍ଭ କରୁଛନ୍ତି। ଯାହାର ଏକ ଉଦାହରଣ ଗୁଜୁରାଟର ସୁରତରେ ଥିବା ଯୁବକ ଡୁଙ୍ଗର ସିଂହ ସୋଢା।
ଡୁଙ୍ଗର ସିଂହ ତାଙ୍କ ପିଲାଦିନର କଥା ମନେ ପକାଇ କୁହନ୍ତି, ଯେତେବେଳେ ଗାଁରେ ଲାଇନ କଟିଯାଏ ସେତେବେଳେ ବହୁତ ଗରମ ଲାଗିବା ସହ ଅନ୍ଧାର ହୋଇଯାଏ। ସେଥିପାଇଁ ସେ ସେହି ସମୟରେ ଗୋବର ଗ୍ୟାସ୍ ଏବଂ ଟର୍ଚ୍ଚ ବ୍ୟବହାର କରି ତାଙ୍କ ଘରେ ଲାଇନର ବ୍ୟବସ୍ଥା ତ କରିଦିଅନ୍ତି କିନ୍ତୁ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସେ ସବୁବେଳେ ଚିନ୍ତାରେ ଥାଆନ୍ତି।
ସେ ଭାବନ୍ତି ଯେତେବେଳେ ତାଙ୍କୁ ସୁଯୋଗ ମିଳିବ, ସେ ଏହାର ସ୍ଥାୟୀ ସମାଧାନ କରିବେ। ତା ପରେ ତାଙ୍କ ମନରେଏକ ପବନ କଳ ତିଆରି କରିବାର ଧାରଣା ଆସେ, ଆଉ ସେ ତିଆରି ମଧ୍ୟ କରନ୍ତି। ଯାହାକୁ ଘରର ଛାତ ଉପରେ ଲଗାଯାଇପାରିବ ଏବଂ ଯେକୌଣସି ସ୍ଥାନକୁ ନେଇଯାଇପାରିବ। ଫଳରେ ଲୋକେ ଆଉ ଲାଇନ କଟିଯିବ ଯୋଗୁଁ ହଇରାଣ ହେବେନି।