5 ଦିନ ଯାଏଁ ଅସହ୍ୟ ଗୁଳୁଗୁଳି, ବର୍ଷା କମ୍ ଘଡ଼ଘଡ଼ି ବେଶି ହେବ!

କଲବଲ କରିବ ଗୁଳୁଗୁଳି ।

ଭୁବନେଶ୍ବର : ଦିନ ସାରା ଗୁଳୁଗୁଳିରେ ଲୋକେ ଅସ୍ତବ୍ୟସ୍ତ ହେଉଥିବା ବେଳେ ଅପରାହ୍ନ ହେଲେ ଘଡ଼ଘଡ଼ି ସହିତ ବର୍ଷା ହେଉଛି । ତେବେ ଏହି ଗୁଳୁଗୁଳି ଆସନ୍ତା 5 ଦିନ ଯାଏଁ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ରାଜ୍ୟର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହିତ କାଁ ଭାଁ ବର୍ଷା ହେବ । କିନ୍ତୁ ଉପକୂଳ ଏବଂ ସଂଲଗ୍ନ ଜିଲ୍ଲା ଗୁଡିକରେ ବର୍ତ୍ତମାନ ଗରମ ଜାରି ରହିବା ନେଇ କୁହାଯାଇଛି ।

କେଉଁ ସ୍ଥାନରେ ହେବ ଗୁଳୁଗୁଳି- ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, କଟକ, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ଗୁଳୁଗୁଳି ହୋଇପାରେ ବୋଲି କୁହାଯାଇଛି ।

ଦକ୍ଷିଣ ଓଡ଼ିଶାରେ ବର୍ଷା- ତେବେ 8 ତାରିଖରେ ଦକ୍ଷିଣ ଓଡ଼ିଶାରେ କାଁଭାଁ ବର୍ଷା ହୋଇପାରେ ବୋଲି କୁହାଯାଇଛି । ଆସନ୍ତା 11 ଏବଂ 12 ତାରିଖରେ ଗୁଳୁଗୁଳି ପ୍ରକୋପ କମିପାରେ । ତାପରେ ପାଣିପାଗରେ ପରିବର୍ତ୍ତନ ହୋଇପାରେ ।

ଗତ କିଛି ଦିନ ହେବ ରାଜ୍ୟରେ ତାପମାତ୍ରା ଅଧିକ ରହୁଥିବା ବେଳେ ଭୁବନେଶ୍ବରରେ ଅପରାହ୍ନରେ ପ୍ରବଳ ବର୍ଷା ହେଉଛି । ରାସ୍ତାଘାଟ ମଧ୍ୟ ଜଳମଗ୍ନ ହେଉଛି ।