କରୋନା ପାଇଁ ବଢ଼ିଲା ଚିନ୍ତା, ଓଡ଼ିଶାରେ ୪୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, କଟକରେ ଏକା ୨୨ କରୋନା ରୋଗୀ
କରୋନା ଲକ୍ଷଣ ଥିଲେ ଘରେ ରୁହନ୍ତୁ, ମାସ୍କ ପିନ୍ଧିବାକୁ ପରାମର୍ଶ।
ଭୁବନେଶ୍ୱର: ପୁଣି କରୋନା। ପୁରା ଦେଶ ନୁହେଁ ଏବେ ଦିନକୁ ଦିନ ଓଡ଼ିଶାରେ ମଧ୍ୟ କୋଭିଡ୍ ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଲାଣି। କାରଣ ଏବେ ରାଜ୍ୟରେ ୪୫ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ, ସେମାନଙ୍କ ମଧ୍ୟରୁ କଟକରେ କେବଳ ୨୨ ଜଣ ଆକ୍ରାନ୍ତ ଚିହ୍ନଟ କରାଯାଇଛି।
ଏହାସହ ରାଜ୍ୟରେ ଆଉ ନୂଆ ୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯଦ୍ୱାରା ୪୫କୁ ପହଞ୍ଚିଛି ମୋଟ କରୋନା ପଜିଟିଭ୍ ସଂଖ୍ୟା। ରାଜ୍ୟରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଥିବାବେଳେ, ବର୍ତ୍ତମାନ ସୁଦ୍ଧା ୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି। ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ରଙ୍କ ସୂଚନା।
ଏହାସହ ସବୁଠୁ ଚିନ୍ତା ବଢ଼ାଇଲାଣି କଟକ। କାରଣ ପୁରା ରାଜ୍ୟରେ ୪୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ, କଟକରେ ଏକା ୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି।
ସେମାନଙ୍କ ମଧ୍ୟରୁ ୫ ଜଣ ହସ୍ପିଟାଲ ଓ ୧୭ ଜଣ ସଙ୍ଗରୋଧରେ ଅଛନ୍ତି। ଏନେଅ ସୂଚନା ଦେଇଛନ୍ତି ସିଡିଏମଓ ଡାକ୍ତର ପ୍ରଶାନ୍ତ ହୋତା। ସେ କହିଛନ୍ତି ଯଦିଓ କଟକରେ ୨୨ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି ତଥାପି କଟକରେ କୌଣସି ଭୟାବହ ସ୍ଥିତି ନାହିଁ।
ଯଦି ବି କୌଣସି ବ୍ୟକ୍ତିଙ୍କ ପାଖରେ କରୋନାର ଲକ୍ଷଣ ଜପରିଲକ୍ଷିତ ହୁଏ ତେବେ ସେମାନେ ଘରେ ରୁହନ୍ତୁ ଏବଂ ମାସ୍କ ପିନ୍ଧନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ସିଡିଏମଓ ଡାକ୍ତର ପ୍ରଶାନ୍ତ ହୋତା।