ରାଜ କୁଶୱାହା କିଏ? ହନିିମୁନ ରାତିରେ ସୋନମ୍ ପ୍ରେମିକ ସହ ମିଶି କିପରି ରଚିଥିଲା ହତ୍ୟା ଷଡ଼ଯନ୍ତ୍ର !

ଫିଟୁଛି ଗୋଟେ ପରେ ଗୋଟେ ଗୁମର।

ନୂଆଦିଲ୍ଲୀ:  ବହୁ ଚର୍ଚ୍ଚିତ ରାଜା ରଘୁବଂଶୀ ହତ୍ୟା ଘଟଣାରେ ନୂଆ ନୂଆ ଘଟଣା ସାମ୍ନାକୁ ଆସିଛି। ଏହାରି ଭିତରେ ତାଙ୍କ ସ୍ତ୍ରୀ ସୋନମଙ୍କ ପ୍ରେମିକ ରାଜ କୁଶୱାହା ବୋଲି ଜଣେ ନୂଆ ନାଁ କାହାଣୀର ମୋଡ଼ ବଦଳାଇଛି।

ତେବେ ରାଜା ରଘୁବଂଶୀଙ୍କ ବିବାହକୁ ମାତ୍ର ୯ ଦିନ ହୋଇଥିଲା। ପରିବାରରେ ଖୁସିର ଲହରି ଖେଳିଯାଉଥିଲା।  ମାଆ ଏବଂ ପୁଅ ଏକାଠି ମିଶି ଅନେକ ଜିନିଷ କିଣାକିଣି କରିଥିଲେ।  ବୋହୂ ସୋନମଙ୍କ ସହିତ ସମସ୍ତେ ଖୁସି ଥିଲେ, କିନ୍ତୁ କେଇ ମୁହୁର୍ତ୍ତ ମଧ୍ୟରେ ଯାହା ଘଟିଲା ସମ୍ପୂର୍ଣ୍ଣ ପରିବାରକୁ ଭାଙ୍ଗି ଦେଲା।

ହନିମୁନ୍ ବାହାନାରେ ମେଘାଳୟର ଶିଲଂ ଯାଇଥିବା ନବବିବାହିତା ସୋନମଙ୍କୁ ଏବେ ତାଙ୍କ ସ୍ୱାମୀଙ୍କୁ ହତ୍ୟା ଷଡ଼ଯନ୍ତ୍ରରେ ସାମିଲ ଥିବା ସନ୍ଦେହ କରାଯାଉଛି ଏବଂ ରାଜ କୁଶୱାହା କାହାଣୀରେ ଏକ ନୂଆ ନାମ ପାଲଟିଛନ୍ତି।

ରାଜ କୁଶୱାହା କିଏ: ରାଜ କୁଶୱାହା ସୋନମଙ୍କ ବ୍ୟବସାୟ (ସୁନମୈକା ଫର୍ଣ୍ଣିସିଂ)ରେ ଜଣେ କର୍ମଚାରୀ ଥିଲେ। ଦୁହେଁ ସବୁବେଳେ ଯୋଗାଯୋଗରେ ଥିଲେ ଏବଂ ଫୋନରେ କଥା ହେଉଥିଲେ।

ରାଜା ରଘୁବଂଶୀଙ୍କ ପରିବାରର କହିବା କଥା, ରାଜ ସୋନମଙ୍କ ସହିତ ବହୁତ ନିକଟତର ଥିଲେ ଏବଂ ବିବାହ ପୂର୍ବରୁ ଏହି ସମ୍ପର୍କ ଚାଲିଥିଲା। ରାଜା ରଘୁବଂଶୀଙ୍କ ଭାଇ ବିପିନ ରଘୁବଂଶୀଙ୍କ କହିଛନ୍ତି, ବିବାହ ସ୍ଥିର ହୋଇଥିଲା ଏବଂ ଉଭୟ ବହୁତ ଖୁସି ଥିଲେ।

ସୋନମ ମୋ ମାଆଙ୍କ ସହିତ ସପିଂ କରିବାକୁ ଯାଉଥିଲେ। ହେଲେ କେବେ ତାଙ୍କ ଉପରେ କୌଣସି ସେପରି ସନ୍ଦେହ ହୋଇନଥିଲା। ସେ ବି ଭଲ ବ୍ୟବହାର କରୁଥିଲେ। କିନ୍ତୁ ହନିମୁନ୍ ଯିବା ସମୟରେ ସୋନମ ଏବଂ ରାଜା କୌଣସି ରିଟର୍ଣ୍ଣ ଟିକେଟ୍ ବୁକ୍ କରିନଥିଲେ। ସୋନମ ଏବଂ ରାଜା କୌଣସି ରିଟର୍ଣ୍ଣ ଟିକେଟ୍ ବୁକ୍ କରିନଥିଲେ।

ସୋନମ ଏବଂ ରାଜାଙ୍କୁ ଆସାମର କାମାଖ୍ୟା ମନ୍ଦିରରେ ପୂଜା କରିବାର ଥିଲା। କିନ୍ତୁ ସେମାନେ ସେଠାରୁ କିପରି ଏବଂ କାହିଁକି ଶିଲଂରେ ପହଞ୍ଚିଲେ ତାହା ଏବେ ବି ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ରାଜାଙ୍କ ଭାଇ ବିପିନ କୁହନ୍ତି ଯେ ଆମେ ଜାଣି ନାହୁଁ ଯେ ଦୁଇଜଣଙ୍କ ମଧ୍ୟରୁ କିଏ ମେଘାଳୟ ଯିବାକୁ ଯୋଜନା କରିଥିଲେ। କିନ୍ତୁ ରାଜ କୁଶୱାହାଙ୍କ ନାମ ସାମ୍ନାକୁ ଆସିବା ପରେ ଯାହା ଜଣାପଡୁଛି ଏହା ପୂର୍ବରୁ ଯୋଜନାବଦ୍ଧ ଥିଲା।

କିପରି ହେଲା ସନ୍ଦେହ:  ରାଜାଙ୍କ ଭାଇ କହିଥିଲେ ଯେ ଗୋବିନ୍ଦ ନାମକ ଜଣେ ବ୍ୟକ୍ତି ଫୋନ୍ କରି କହିଥିଲେ ଯେ ସେ ସୋନମଙ୍କ ସହ କଥା ହୋଇଛନ୍ତି। ସେ ନିଜକୁ ବିତ୍ତି ବୋଲି ପରିଚୟ ଦେଇଥିଲେ। ହେଲେ ତାଙ୍କ ସ୍ୱର ଚିହ୍ନା ଚିହ୍ନା ଲାଗୁଥିଲା।

ସେଥିପାଇଁ ତୁରନ୍ତ ୟୁପି ପୋଲିସ ସହିତ ଯୋଗାଯୋଗ କରି କହିଲୁ ଯେ ସୋନମ ହୁଏତ କୌଣସି ଜଙ୍ଗଲରେ ଲୁଚି ରହିଛି। ତା’ପରେ ପୋଲିସ ଖୋଜାଖୋଜି କରି ତାଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କଲା।

ସେମାନେ ସ୍ପଷ୍ଟ ଭାବରେ କହିଥିଲେ ଯେ ସୋନମ ଆତ୍ମସମର୍ପଣ କରିନାହାଁନ୍ତି, ଗଣମାଧ୍ୟମରେ ଯାହା ଚାଲିଛି ତାହା ମିଛ। ଯେପର୍ଯ୍ୟନ୍ତ ସେ ନିଜେ ଏହା ନ କୁହନ୍ତି, ଆମେ ଏହାକୁ ବିଶ୍ୱାସ କରିବାକୁ ପ୍ରସ୍ତୁତ ନୁହେଁ।

ସିବିଆଇ ତଦନ୍ତ ପାଇଁ ଦାବି: ରାଜାଙ୍କ ପରିବାର ନିଶ୍ଚିତ ଯେ ଏହି ହତ୍ୟାକାଣ୍ଡ ରାଜ କୁଶୱାହା ଏବଂ ସୋନମ ଉଭୟଙ୍କ ସହଯୋଗରେ କରାଯାଇଥିଲା। ବିପିନ କହିଛନ୍ତି ଯେ ଯେପରି ମୋ ଭାଇଙ୍କୁ ହତ୍ୟା କରାଯାଇଛି, ସେହିପରି ହତ୍ୟାକାରୀକୁ ମଧ୍ୟ କଠୋର ଦଣ୍ଡ ମିଳିବା ଉଚିତ। ଆମେ ସିବିଆଇ ତଦନ୍ତ ଚାହୁଁଛୁ ଯାହା ଦ୍ୱାରା ସତ୍ୟ ବାହାରକୁ ଆସିବ।