ବିମାନ ଦୁର୍ଘଟଣା: ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ଭଉଣୀଙ୍କ ପାଖରୁ ନିଆଗଲା DNA ସାମ୍ପଲ
DNA ରିପୋର୍ଟ ଆସିଲା ପରେ ଜଣା ପଡ଼ିବ ରୂପାଣୀଙ୍କ ଶବ କେଉଁଠି?
ଅହମ୍ମଦାବାଦ: ଗୁଜୁରାଟର ଅହମ୍ମଦାବାଦର ଭୟଙ୍କର ବିମାନ ଦୁର୍ଘଟଣ। ଯାହା ସମଗ୍ର ଦେଶକୁ ଥରାଇ ଦେଇଛି। ଏହି ଦୁର୍ଘଟଣା ଖବର ଶୁଣି ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି। ଏହି ଖବର ବିମାନରେ ଥିବା ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କ ପରିବାର ପାଇଁ ଏକ ବଡ଼ ଆଘାତଠାରୁ କମ୍ ନୁହେଁ।
ଏହି ବିମାନରେ ଥିବା ୨୪୨ ଜଣ ଯାତ୍ରୀ, ଯେଉଁଥିରେ ୨ ଜଣ ପାଇଲଟ୍ ଏବଂ ୧୦ ଜଣ କ୍ୟୁ ସଦସ୍ୟ ଥିଲେ, ସେମାନଙ୍କ ମଧ୍ୟରୁ ଜଣକୁ ଛାଡ଼ିଦେଲେ ଆଉ ସମସ୍ତଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣ ଏତେ ଭୟଙ୍କର ଥିଲା କି ଲୋକଙ୍କୁ ଚିହ୍ନିବା ମଧ୍ୟ କଷ୍ଟସାଧ୍ୟ ହୋଇପଡିଛି।
ଯେହେତୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ସେଥିରେ ନିଆଁ ଲାଗିଯାଇଥିଲା। ତେଣୁ ମୃତ୍ୟୁ ବରଣ କରିଥିବା ସମସ୍ତ ଲୋକଙ୍କ ଶରୀର ଅଧାରୁ ଅଧିକ ଭାଗ ପୋଡିଯାଇଛି। ତେଣୁ ଚିହ୍ନଟରେ ବାଧା ଉପୁଜୁଥିବାରୁ ପରିବାର ଲୋକଙ୍କୁ DNA ସାମ୍ପଲ ଦେବାକୁ ଗତକାଲି କୁହାଯାଇଥିଲା।
ଯଦି ଦେଖିବା ଏହି ବିମାନ ଦୁର୍ଘଟଣାରେ ମଧ୍ୟ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ବିଜୟ ରୂପାନୀଙ୍କର ମଧ୍ୟ ମୃତ୍ୟୁ ଘଟିଛି। ତାଙ୍କର ବୟସ ୬୮ ବର୍ଷ ଥିଲା। ରୁପାନୀ ଏୟାର ଇଣ୍ଡିଆର ବିମାନ AI171 ରେ ଥିଲେ, ଯାହା ଅହମ୍ମଦାବାଦରୁ ଲଣ୍ଡନ ଗାଟୱିକ୍ ବିମାନବନ୍ଦରକୁ ଯାଉଥିଲା।
ଯେହେତୁ ବିମାନ ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ହୋଇଛି ଏବଂ ଶବ ଚିହ୍ନଟ କରିବା ସମ୍ଭବ ହୋଇପାରୁନାହିଁ, ତେଣୁ ତାଙ୍କ ଭଉଣୀ ପାଖରୁ DNA ସାମ୍ପଲ ସଂଗ୍ରହ କରାଯାଇଛି। କୁହାଯାଉଛି ୭୨ ଘଣ୍ଟା ପରେ ରିପୋର୍ଟ ଆସିଲେ ରୂପାଣୀଙ୍କ ଶବ କେଉଁଟା ବୋଲି ଚିହ୍ନଟ କରାଯାଇପାରିବ।