ମଜା ପାଇଁ ପ୍ରାଇଭେଟ ପାର୍ଟରେ ପୁରାଇଥିଲେ ଚାର୍ଜରର ତାର, ତା ପରେ ହେଲା ଏଭଳି କିଛି
ଗୁପ୍ତାଙ୍ଗରେ ତାର ପୁରାଉଥିବା ସମୟରେ ମୂତ୍ରାଶୟରେ ଅଟକିଗଲା ତାର, ଅଳ୍ପକେ ବଞ୍ଚିଗଲେ ବାଳକ
ଆମେରିକା: ଗୁପ୍ତାଙ୍ଗରେ ତାର ପୁରାଉଥିବା ସମୟରେ ମୂତ୍ରାଶୟରେ ଅଟକିଗଲା ତାର, ଅଳ୍ପକେ ବଞ୍ଚିଗଲେ ବାଳକ । ଛୋଟ ଛୋଟ ଭୁଲ ଦ୍ୱାରା ମଣିଷର ଜୀବନ ମଧ୍ୟ ଚାଲିଯାଇଥାଏ। ଏହାର ଅନେକ ଉଦାହରଣ ଆମେ ଆଗରୁ ଦେଖିସାରିଛେ। ସେହିଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ଆମେରିକାରେ। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।
ଆମେରିକାର ଜଣେ 21 ବର୍ଷୀୟ କଲେଜ ଛାତ୍ର ‘ସାଉଣ୍ଡିଂ’ ନାମକ ଏକ ବିପଜ୍ଜନକ ଅଭ୍ୟାସ କରୁଥିବା ସମୟରେ ତାଙ୍କ ଗୁପ୍ତ ଅଂଶରେ ଏକ USB କେବୁଲ୍ ଭର୍ତି କରିଥିଲେ। ତାର ଏତେ ଗଭୀରକୁ ପଳେଇଥିଲା ଯେ, ତାହା ମୂତ୍ରାଶୟରେ ଫସିଗଲା ଏବଂ ପୁଅଟିକୁ ତୁରନ୍ତ ଡାକ୍ତରଖାନା ନେବାକୁ ପଡିଲା।
ଜରୁରୀକାଳୀନ ଅସ୍ତ୍ରୋପଚାର ପରେ ସେ ସୁସ୍ଥ ହୋଇଗଲେ ସତ କିନ୍ତୁ ଡାକ୍ତରମାନେ ସତର୍କ କରାଇ କହିଲେ ଯେ ଏହା କରିବାଦ୍ୱାରା ଜୀବନ ମଧ୍ୟ ଯାଇପାରେ। ‘ସାଉଣ୍ଡିଂ’ ଏକ ଏପରି କାର୍ଯ୍ୟ ଯେଉଁଥିରେ ଲୋକମାନେ ବ୍ୟକ୍ତିଗତ ଅଂଶର ମୂତ୍ରନଳୀରେ ପତଳା ଜିନିଷ ଭର୍ତି କରନ୍ତି। ଏହି ପିଲାଟି ମଧ୍ୟ U-ଆକୃତିରେ ଏକ USB କେବୁଲ୍ ବଙ୍କା କରି, ଉଭୟ ପ୍ରାନ୍ତକୁ ବାହାରେ ରଖି, ମୂତ୍ରନଳୀରେ ଭର୍ତି କରିଥିଲେ। କିନ୍ତୁ ଏହା ଏତେ ଗଭୀରକୁ ଯାଇଥିଲା ଯେ ସେ ଆଉ ତାକୁ କାଢିପାରିଲାଲେ ନାହିଁ।
ତା ପରେ ସେ ଭୟଭୀତ ହୋଇ ହସ୍ପିଟାଲରେ ପହଞ୍ଚିଲେ। ଡାକ୍ତରମାନେ ସ୍କାନ କରି ଜାଣିଲେ ଯେ କେବୁଲ୍ ବ୍ଲାଡରରେ ପହଞ୍ଚି ସେଠାରେ ଫସି ଯାଇଛି। ପ୍ରଥମେ ଡାକ୍ତରମାନେ ହାତ ଦ୍ୱାରା କେବୁଲ୍ ବାହାର କରିବାକୁ ଚେଷ୍ଟା କଲେ, କିନ୍ତୁ ବିଫଳ ହୋଇଥିଲେ।
ଶେଷରେ, ପୁଅକୁ ଅଚେତ କରି ବିଶେଷ ଉପକରଣ ସାହାଯ୍ୟରେ କେବୁଲ୍ ବାହାର କରାଯାଇଥିଲା। ଡାକ୍ତରମାନେ ଧୀରେ ଧୀରେ କେବୁଲ୍ ଟାଣିଲେ, ତାପରେ କଇଁଚି ସାହାଯ୍ୟରେ କାଟି ସହଜରେ ଉଭୟ ଅଂଶ ବାହାର କଲେ।
ପୁଅକୁ ଗୋଟିଏ ସପ୍ତାହ ପାଇଁ ହସ୍ପିଟାଲରେ ରଖାଯାଇଥିଲା ଏବଂ ତାକୁ ପେନ କ୍ଲିୟର ଆଉ ଆଣ୍ଟିବାୟୋଟିକ୍ ଦିଆଯାଇଥିଲା। ଏହି ଘଟଣାର ଏକ ମାସ ପରେ ଫଲୋ-ଅପ୍ ରେ, ଜଣାପଡିଲା ଯେ ପୁଅଟିର କୌଣସି ସ୍ଥାୟୀ କ୍ଷତି ହୋଇନାହିଁ। କିନ୍ତୁ ସେ କହିଥିଲେ ଯେ ସେ ପୂର୍ବରୁ ମଧ୍ୟ ମୂତ୍ରନଳୀରେ କପା ସ୍ୱାବ୍ ଏବଂ ତାର ଭଳି ଜିନିଷ ପୁରାଇଥିଲେ। କିନ୍ତୁ କିଛି କ୍ଷତି ହୋଇନଥିଲା।
ଏଥର USB କେବୁଲ୍ କିନ୍ତୁ ସମସ୍ୟା ସୃଷ୍ଟି କରିଥିଲା। ଯାହାକୁ ଶୁଣି ଡାକ୍ତରମାନେ କହିଥିଲେ, “ମଜା ପାଇଁ କିମ୍ବା ଅନ୍ୟ କୌଣସି କାରଣରୁ ଏପରି କରିବା ଭୁଲ, ଏଭଳି ଭୁଲ ଦ୍ୱାରାଜୀବନ ମଧ୍ୟ ଚାଲିଯାଇପାରେ।