ବଢ଼ିଲା ଗୃହରକ୍ଷୀଙ୍କ ଦୈନିକ ଡ୍ୟୁଟି କଲ୍‌-ଅପ୍‌ ଭତ୍ତା, 11 ଟଙ୍କା ବୃଦ୍ଧି

ବେସାମରିକ ପ୍ରତିରକ୍ଷା ସ୍ବେଚ୍ଛାସେବୀମାନଙ୍କର ଦୈନିକ ଡ୍ୟୁଟି ଭତ୍ତା ବୃଦ୍ଧି ।

ଭୁବନେଶ୍ବର: ଗୃହରକ୍ଷୀଙ୍କ ଦୈନିକ ଡ୍ୟୁଟି କଲ୍‌-ଅପ୍‌ ଭତ୍ତା ବୃଦ୍ଧି ହୋଇଛି । ଡ୍ୟୁଟି କଲ୍‌-ଅପ୍‌ ଭତ୍ତା ୬୧୨ରୁ ୬୨୩ ଟଙ୍କାକୁ ବୃଦ୍ଧି ପାଇଛି । 11 ଟଙ୍କା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।

୨୦୨୫ ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ସେହିପରି ବେସାମରିକ ପ୍ରତିରକ୍ଷା ସ୍ବେଚ୍ଛାସେବୀମାନଙ୍କର ଦୈନିକ ଡ୍ୟୁଟି ଭତ୍ତା ବୃଦ୍ଧି କରାଯାଇଛି । 31ଟଙ୍କାରୁ 150 ଟଙ୍କାକୁ ବୃଦ୍ଧି ପାଇଲା ଦୈନିକ ଡ୍ୟୁଟି ଭତ୍ତା ।

ସେହିପରି ଟ୍ରେନିଂ ଭତ୍ତା 28ରୁ 140 ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏହା ମେ ପହିଲା ଠାରୁ ପିଛିଲା ଭାବେ ଲାଗୁ ହେବ ।

ସ୍ବେଚ୍ଛାସେବୀଙ୍କ ସଂଖ୍ୟାରେ ବୃଦ୍ଧି ହେବା ନେଇ ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି । ଦୀର୍ଘଦିନ ହେବ ଦାବି ରଖାଯାଇଥିବା ବେଳେ ବର୍ତ୍ତମାନ ମୋହନ ସରକାର ତାଙ୍କ କଥା ରଖିଛନ୍ତି ।