ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ବିମାନବନ୍ଦରରେ ହେବ ମକଡ୍ରିଲ୍
ଟେକ୍ ଅଫ୍ ଓ ଲ୍ୟାଣ୍ଡିଂରେ ପ୍ରତିବନ୍ଧକ।
ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରେ ଟେକ୍ ଅଫ୍ ଓ ଲ୍ୟାଣ୍ଡିଂରେ ରହିଛି ପ୍ରତିବନ୍ଧକ। ସୂଚନା ଦେଲେ ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ। ବିମାନ ଟେକ୍ ଅଫ୍ ପଥରେ ବଡ଼ ବଡ଼ ଗଛ ରହିଛି।
ରନଓ୍ୱେର ନିର୍ଦ୍ଦିଷ୍ଟ ଦୂରତାରେ ବେଆଇନ ଉଚ୍ଚ ଅଟ୍ଟାଳିକା ଗଢ଼ି ଉଠିଛି। ଗତ ମାସରେ AEMC ବୈଠକରେ BMC କମିଶନରଙ୍କୁ ଏନେଇ କୁହାଯାଇଛି। ଆଶା କରୁଛୁ ବେଆଇନ ଗଛ କାଟିବା ସହ ଉଚ୍ଚ ଅଟ୍ଟାଳିକା ଉଚ୍ଛେଦ କରିବେ। ଆସନ୍ତା ୩୦ରେ ଭୁବନେଶ୍ୱର ବିମାନବନ୍ଦରରେ ହେବ ମକଡ୍ରିଲ। ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ହେବ ମକ୍ ଡ୍ରିଲ୍।