ପହିଲି ରଜରେ ବାପାକୁ ଅତି ନୃଶଂସ ଭାବରେ ପିଟିପିଟି ବିଭତ୍ସ ହତ୍ୟା କରିଛି ବଡ଼ପୁଅ

ପହିଲି ରଜରେ ହତ୍ୟାକାଣ୍ଡ।

ବାରିପଦା: ପହିଲି ରଜରେ ବିଭତ୍ସ ହତ୍ୟାକାଣ୍ଡ। ସବୁଠି ଖୁସିର ଲହରୀ ଖେଳିଯାଇଥିବା ବେଳେ, ସମସ୍ତେ ରଜ ପୋଡ଼ପିଠା ଆଉ ପାନ ଖାଇ ମଉଜ କରୁଥିବା ବେଳେ, ବାରିପଦାରେ ଘଟିଛି ହତ୍ୟାକାଣ୍ଡ।

ତାହା ପୁଣି ଜଣେ ପୁଅ ତାର ବାପାଙ୍କୁ ପିଟିପିଟି ହତ୍ୟା କରିଛି। ଘଟଣାଟି ହେଉଛି ବାରିପଦାର ଝାରପୋଖରିଆ ଥାନା ଜୋକା ଗାଁରେ। ନିଶାସକ୍ତ ଅବସ୍ଥାରେ ବାପାକୁ ପିଟିପିଟି ମାରିଦେଇଛି ବଡ଼ପୁଅ।

ଏନେଇ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀ ପୁଅକୁ ଅଟକ ରଖିଛି। ଏବଂ ପଚରାଉଚରା କରୁଛି। ହେଲେ ହତ୍ୟାକାଣ୍ଡ କାହିଁକି ହେଲା ତାହା ଜଣାପଡିନାହିଁ।