ନୂଆଦିଲ୍ଲୀ: ଜନଗଣନା ପାଇଁ ଜାରି ହେଲା ବିଜ୍ଞପ୍ତି। ୨୦୨୭ ଜନଗଣନା ପାଇଁ ଗେଜେଟ୍ ବିଜ୍ଞପ୍ତି ଜାରି। ଗୃହମନ୍ତ୍ରୀ ଅମିତ ଶାହ ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଯେ ଭାରତର ଜନଗଣନା ୨୦୨୭ ମସିହାରେ କରାଯିବ।
ଦେଶରେ ୨ଟି ପର୍ଯ୍ୟାୟରେ କରାଯିବ ଏହି ଜନଗଣନା। ୨୦୨୬ ଅକ୍ଟୋବର ୧ରେ ପ୍ରଥମ ପର୍ଯ୍ୟାୟ ଜନଗଣନା। ୨୦୨୭ ମାର୍ଚ୍ଚ ୧ରେ ଦ୍ୱିତୀୟ ପର୍ଯ୍ୟାୟ ଜନଗଣନା କରାଯିବ। ଜନଗଣନା ସହ ଜାତି ଜନଗଣନା ମଧ୍ୟ କରାଯିବ।
ଏନେଇ ଏବେଠାରୁ ପ୍ରସ୍ତୁତ କରାଯିବ। ହେଲେ ଜନଗଣନା ପ୍ରକ୍ରିୟା କେମିତି ରହିବ ସ୍ପଷ୍ଟ ହୋଇନି। ଜନଗଣନାରେ କ’ଣ କ’ଣ ରହିବ ଆଗକୁ ଜଣାପଡିବ। ଜନଗଣନା ପାଇଁ କେତେଦିନ ଲାଗିବ ଏବେ କହି ହବନି।
ଜନଗଣନା ପ୍ରଯୁକ୍ତିର ବ୍ୟବହାର କରାଯିବ। ଜନଗଣନାରେ AIର ମଧ୍ୟ ବ୍ୟବହାର କରାଯାଇପାରେ। ଏନେଇ ସୂଚନା ଦେଇଛନ୍ତି ଜନଗଣନା ନିର୍ଦ୍ଦେଶକ।