ରଥଯାତ୍ରା ପୂର୍ବରୁ ଚାଲିଗଲେ ପୁରୀ ରାଜା ଗଜପତି ଦିବ୍ୟସିଂହ ଦେବଙ୍କ ସାନଭାଇ
ପୁରୀ ରାଜା ଦିବ୍ୟସିଂହ ଦେବଙ୍କ ସାନ ଭାଇ ରଣର୍ଣବା ଦେବଙ୍କ ପରଲୋକ।
ପୁରୀ: ଗଜପତି ଦିବ୍ୟସିଂହ ଦେବଙ୍କ ସାନ ଭାଇ ରଣର୍ଣବା ଦେବ ରବିବାର ଦିନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ତାଙ୍କର ୬୭ ବର୍ଷ ବୟସରେ ଦେହାନ୍ତ ହୋଇଛି।
ସୂଚନା ଅନୁଯାୟୀ, ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ପରମ୍ପରା ଏବଂ ରୀତିନୀତି ଅନୁଯାୟୀ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ରାଜପରିବାର ସଦସ୍ୟଙ୍କ ଶେଷକୃତ୍ୟ ହିନ୍ଦୁ ରୀତିନୀତି ଅନୁଯାୟୀ ପୁରୀର ସ୍ୱର୍ଗଦ୍ୱାରରେ ଅନୁଷ୍ଠିତ ହେବ।
ତାଙ୍କୁ ପ୍ରେମରେ “ଥଟ୍ଟା ରାଜା” ବୋଲି କୁହାଯାଉଥିଲା। ତାଙ୍କ ଦେହାନ୍ତ ଖବର ପରେ ପୁରୀରେ ଶୋକାକୂଳ ପରିବେଶ। ଦୁଃଖର ବିଷୟ, ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆରମ୍ଭ ହେବାର କିଛି ଦିନ ପୂର୍ବରୁ ତାଙ୍କର ଦେହାନ୍ତ ହୋଇଗଲା।