ସ୍ବାମୀକୁ ମାରି ଆତ୍ମହତ୍ୟାର ରୂପ ଦେବାକୁ ବସିଥିଲା ସ୍ତ୍ରୀ, ଘଟଣାସ୍ଥଳରେ ପହଞ୍ଚି ଅଟକ ରଖିଲା ପୋଲିସ
ଧରାକୋଟ ଥାନା ମୁଣ୍ଡମରାଇ ଗାଁରେ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ ।
ଭୁବନେଶ୍ବର: ପାରିବାରିକ କଳହର କରୁଣ ପରିଣତି । ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ । ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ମୁଣ୍ଡମରାଇ ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ ।
ମୃତ ଯୁବକ ହେଉଛନ୍ତି ଅମର ନାୟକ । ଖବର ଅନୁସାରେ, ଗତକାଲି କୌଣସି କାରଣରୁ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟର ପାରିବାରିକ କଳହ ଦେଖାଯାଇଥିଲା । ଏହାପରେ ସ୍ତ୍ରୀ ଅଞ୍ଜନା ସ୍ବାମୀକୁ ତଣ୍ଟିଚିପି ହତ୍ୟା କରିଥିଲା । ପରେ ଏଥିରୁ ଖସିଯିବା ପାଇଁ ଆତ୍ମହତ୍ୟାର ରୂପ ଦେବା ପାଇଁ ଉଦ୍ୟମ କରିଥିଲା ସ୍ତ୍ରୀ ।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଅଭିଯୁକ୍ତ ସ୍ତ୍ରୀକୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣ ପାଇଁ ବଚସା ଆରମ୍ଭ ହୋଇଥିଲା ସେହି କାରଣ ବର୍ତ୍ତମାନ ସୁଦ୍ଧା ଜଣପଡ଼ି ନାହିଁ ।
ପୂର୍ବରୁ ମଧ୍ୟ ଉଭୟଙ୍କ ମଧ୍ୟ ବଚସା ହେଉଥିବା ନେଇ ସ୍ଥାନୀୟ ବାସିନ୍ଦା କହିଛନ୍ତି । ପୋଲିସର ତଦନ୍ତ ଶେଷ ହେବା ପରେ ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିବ ।