NH ଅବରୋଧ, ଅଟକିଲା ଗାଡ଼ି ମୋଟର

ଢେଙ୍କାନାଳ: କାମାକ୍ଷାନଗର ଥାନା ଆଳତୁମା ବାଇପାସ ନିକଟରେ ଘଟିଯାଇଛି ଦୁର୍ଘଟଣା। ପିକଅପ ଧକ୍କାରେ ରାସ୍ତାରେ ଯାଉଥିବା ସାଇକେଲ ଆରୋହୀଙ୍କର ମୃତ୍ୟୁ ହୋଇଥିବାବେଳେ ଦେଖାଦେଇଛି ଉତ୍ତେଜନା।

ସାଇକେଲ ଆରୋହୀଙ୍କ ମୃତ୍ୟୁକୁ ନେଇ NH-53କୁ ଅବରୋଧ କରାଯାଇଥିବାବେଳେ ଜାତୀୟ ରାଜପଥ ଠିଆ ହୋଇଛି ସହ ସହ ଗାଡ଼ି। ଏନେଇ ଅଧିକ ସୂଚନା ମିଳିନଥିବାବେଳେ ପୋଲିସ ଏହାର ତଦନ୍ତ କରୁଛି।