ବାଦଲ ଫାଟିଲା, ତାଣ୍ଡବ ରଚିଲା, ରାସ୍ତା ଘାଟରେ ସୁଅ ଛୁଟିଲା, ଗାଡ଼ି-ମୋଟର-ଘର କାଗଜ ଡଙ୍ଗା ପରି ଭାସିଲା
ପ୍ରବଳ ବର୍ଷା ଯୋଗୁଁ ମଧ୍ୟରାତ୍ରିରୁ ବନ୍ୟା ଘେରରେ ଗାଁ।
ହିମାଚଳପ୍ରଦେଶ: ବାଦଲ ଫାଟିଲା, ତାଣ୍ଡବ ରଚିଲା। ରାସ୍ତା ଘାଟରେ ସୁଅ ଛୁଟିଲା। ଗାଡ଼ି ମୋଟର କାଗଜ ଡଙ୍ଗା ପରି ପାଣିରେ ଭାସିଲା। ସୋମବାର ଦିନ ରାତିରେ ବାଦଲ ଫଟା ବର୍ଷା ଯୋଗୁଁ ଏପରି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି।
ହିମାନଚଳ ପ୍ରଦେଶରେ ପ୍ରବଲ ବର୍ଷା ଯୋଗୁଁ ମଧ୍ୟରାତ୍ରିରେ ଦ୍ରୁତ ଗତିରେ ବନ୍ୟା ମାଡ଼ି ଆସିଥିଲା। ଆଉ ପାଣିର ସ୍ରୋତ ଏତେ ଜୋରେ ଥିଲା ଯେ, ବଡ଼ ବଡ଼ ଘରକୁ ମଧ୍ୟ ଭସାଇ ନେଇଥିଲା।
ଏପରିକି ଅନେକ ଲୋକ ପାଣି ସୁଅରେ ଭାସିଯାଇ ନିଖୋଜ ମଧ୍ୟ ହୋଇଯାଇଥିବା ସୂଚନା ମିଳିଛି। ଏବେ ବନ୍ୟା ପ୍ଳାବିତ ଅଞ୍ଚଳର ଲୋକମାନଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦେଇଛି ପ୍ରଶାସନ।
କୁଲୁର ବଞ୍ଜାର ଘାଟିରେ ତୀର୍ଥନ ନଦୀର ଭୟଙ୍କର ରୂପ ଦେଖିବାକୁ ମିଳୁଛି। ବନ୍ୟା ଏତେ ଶକ୍ତିଶାଳୀ ଯେ ନଦୀ ଉପରେ ନିର୍ମିତ ପୋଲ ମଧ୍ୟ ଭାଙ୍ଗି ଯାଇଛି।
ହିମାଚଳ ପ୍ରଦେଶର ମଣ୍ଡିରେ ବର୍ଷା ପରେ ବ୍ୟାସ ନଦୀରେ ପାଣି ପ୍ରବାହିତ ହେଉଛି। ମାଣ୍ଡିର ଧର୍ମପୁର ଏବଂ ଲାଉଙ୍ଗନି ଅଞ୍ଚଳରେ ମେଘଫୁଟ ହେବା ପରେ ବନ୍ୟାରେ ଅନେକ ଘର ଏବଂ ଯାନବାହନ କ୍ଷତିଗ୍ରସ୍ତ ହୋଇଛି।
କାର୍ସୋଗର ପରିସ୍ଥିତି ମେଘଫୁଟ ପରି। ପ୍ରବଳ ବନ୍ୟା ଯୋଗୁଁ ରାସ୍ତା ଭାଙ୍ଗି ଯାଇଛି। ମେଘଫୁଟ ଯୋଗୁଁ ବନ୍ୟା ଆସିବା ପରେ ଯାନବାହାନଗୁଡ଼ିକ କାଦୁଅ ଏବଂ ଭଗ୍ନାବଶେଷରେ ଫସି ରହିଛି।
ମାଣ୍ଡିର କାରସୋଗରେ ବନ୍ୟା ଯୋଗୁଁ ପ୍ରବଳ କ୍ଷୟକ୍ଷତି। କାରସୋଗରେ ୮ଟି ଘର ବନ୍ୟାରେ ଭାସିଯାଇଛି। କାରସୋଗର ୫ଟି ଗାଁରେ ଉଦ୍ଧାର କାର୍ଯ୍ୟ ଚାଲିଛି।
ମଧ୍ୟରାତ୍ରିରେ ପ୍ରକୃତି ହିମାଚଳ ଉପରେ ଆକ୍ରମଣ କରିଛି। ମେଘ ଫାଟିବା ଏବଂ ମୁଷଳଧାରାରେ ବର୍ଷା ଲୋକଙ୍କ ଅସୁବିଧାକୁ ବୃଦ୍ଧି କରିଛି।
ମଣ୍ଡିର ବ୍ୟାସ ନଦୀରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପାଣିପାଗ ବିଭାଗ ରେଡ୍ ଆଲର୍ଟ ଘୋଷଣା କରିଛି ଏବଂ ଭୂସ୍ଖଳନ ନେଇ ମଧ୍ୟ ସତର୍କ କରାଇଛି।