ଖଣ୍ଡାରେ ଆକ୍ରମଣ, 2 ଆହତ

ଛତ୍ରପୁର: ସାମାନ୍ୟ ଝଗଡା ପାଇଁ 2 ଜଣଙ୍କୁ ଖଣ୍ଡାରେ ଆକ୍ରମଣ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଛତ୍ରପୁରରେ। ଛତ୍ରପୁରର ତେଲୁଗୁ ନୂଆଗାଁ ନିକଟରେ ଏହି ଆକ୍ରମଣ ହୋଇଥିବାବେଳେ ରିଙ୍କି ବେହେରା, ଭୀମ ତରେଇ ଗୁରୁତର ଭାବେ ଆହତ।

ସାମାନ୍ୟ ଝଗଡାକୁ ନେଇ ରିଙ୍କି ବେହେରା ଓ ଭୀମ ତରେଇଙ୍କ ଉପରେ ହୋଇଥିଲା ଆକ୍ରମଣ। ଯାହାଫଳରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି।

ଆକ୍ରମଣ କରି ଦୁର୍ବୁତ୍ତ ଫେରାର ହୋଇଯାଇଥିବାବେଳେ ପୁଲିସର ଏହାର ତଦନ୍ତ କରୁଛି।