ତାମିଲନାଡୁ: ପ୍ରଥମେ କିଡନାପ୍। ଆଉ ପରେ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲେ। ଯାହା ସାଧାରଣରେ ଅସନ୍ତୋଷ ଏବଂ ପୋଲିସର ନିଷ୍କ୍ରିୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଘଟଣାଟି ତାମିଲନାଡୁର କୃଷ୍ଣଗିରିରୁ ଆସିଛି। ଜଣେ ୧୩ ବର୍ଷୀୟ ବାଳକର ଜଙ୍ଗଲରୁ ମୃତଦେହ ଉଦ୍ଧାର କରାଯାଇଛି। ଅଞ୍ଜାଟ୍ଟି ଗାଁର ରୋହିତ ନାମକ ଏହି ବାଳକକୁ ବୁଧବାର ରାତିରେ କେହି ଅପହରଣ କରିନେଇଥିଲା।
ଆଉ ଯେତେବେଳେ ପରିବାର ଲୋକ ରୋହିତକୁ ନପାଇଲେ ଅନେକ କୋଜାଖୋଜି କଲେ। ପରିବାର ଲୋକଙ୍କ ସାଙ୍ଗରେ ସ୍ଥାନୀୟ ଲୋକ ମଧ୍ୟ ରୋହିତକୁ ଖୋଜାଖୋଜି କରୁଥିଲେ।
ପରେ ପୋଲିସରେ ଅଭିଯୋଗ ହୋଇଥିଲା। ଏହାସହ ୨ ଜଣ ଯୁବକଙ୍କ ଉପରେ ସନ୍ଦେହ କରି ସ୍ତାନୀୟ ଲୋକ ପୋଲିସକୁ ସେମାନଙ୍କୁ ହସ୍ତାନ୍ତର କରିଥିଲେ।
ହେଲେ କିଛି ଲାଭ ହେଲାନି। ବରଂ ଗୁରୁବାର ଦିନ ହୋଗେନାକ୍କାଲ ରୋଡ୍ ନିକଟସ୍ଥ ଏକ ଦୁର୍ଗମ ଜଙ୍ଗଲରୁ ରୋହିତର ମୃତଦେହ ମିଳିବା ପରେ ପରିସ୍ଥିତି ଖରାପ ଆଡକୁ ଗତି କଲା।
ଏହି ଘଟଣାରେ ଲୋକ ଉତ୍ୟକ୍ତ ହୋଇ ଜିଲ୍ଲାର ଡେଙ୍କାନିକୋଟାଇ ନିକଟସ୍ଥ ଅଞ୍ଜାଟି ବସ୍ ଷ୍ଟାଣ୍ଡରେ ଶହେରୁ ଅଧିକ ଲୋକ ଏକାଠି ହୋଇ ପୋଲିସର ଅପାରଗତା ଉପରେ ପ୍ରଶ୍ନ କରିଛନ୍ତି।
ଏବଂ ଅଭିଯୋଗ ହୋଇଥିଲା କି, ଅଭିଯୋଗ ଦାଖଲ ହେବା ପରେ ମଧ୍ୟ ରୋହିତକୁ ଖୋଜିବା ପାଇଁ ପୋଲିସ କୌଣସି ଗମ୍ଭୀର ପ୍ରୟାସ କରିନଥିଲା। ଏବେ ପୋଲିସ ତଦନ୍ତ ଜାରି ରଖିଛି। ଅଟକ ଲୋକଙ୍କୁ ଅଧିକ ପଚରା ଉଚରା କରାଯାଉଛି।