ସାବାସ! ମହମ୍ମଦ ସିରାଜଙ୍କ ବୋଲିଂରେ ମୁଗ୍ଧ ହୋଇ ଭୁରି ଭୁରି ପ୍ରଶଂସା କଲେ ସଚିନ୍ ତେନ୍ଦୁଲକର

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ମହମ୍ମଦ ସିରାଜ ୭୦ ରନରେ ୬ଟୁ ଓ୍ୱିକେଟ୍ ଏବଂ ଆକାଶ ଦୀପ ୮୮ ରନରେ ୪ଟି ଓ୍ୱିକେଟ୍ ନେଇଥିଲେ।

ଏହି ଦୁଇ ବୋଲରଙ୍କ ଉତ୍କୃଷ୍ଟ ବୋଲିଂ ଯୋଗୁଁ ଭାରତ ଦ୍ୱିତୀୟ ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ଶୁକ୍ରବାର ଇଂଲଣ୍ଡର ପ୍ରଥମ ଇନିଂସକୁ ୪୦୭ ରନ୍‌ରେ ଅଲଆଉଟ୍ କରିବା ପରେ ଦ୍ୱିତୀୟ ଇନିଂସ୍‌ରେ ଗୋଟିଏ ୱିକେଟରେ ୬୪ ରନ୍‌ କରି ମ୍ୟାଚ୍‌ ଉପରେ ନିଜର ଦଖଲ ମଜବୁତ କରିଛି।

ଏବେ ଏହି ବିଷୟ ଉପରେ ଚର୍ଚ୍ଚା କରିବାର କାରଣ ହେଉଛି ମହମ୍ମଦ ସିରାଜଙ୍କ ଚମତ୍କାର ବୋଲିଂକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ପୂର୍ବତନ କ୍ରିକେଟର୍ ସଚିନ୍ ତେନ୍ଦୁଲକର।

ସିରାଜଙ୍କୁ ସଚିନଙ୍କ ପ୍ରଶଂସା:  ସିରାଜଙ୍କ ପ୍ରଶଂସା କରି ସଚିନ ତେନ୍ଦୁଲକର କହିଛନ୍ତି, “ସିରାଜଙ୍କଠାରେ ମୁଁ ଦେଖିଥିବା ସବୁଠାରୁ ବଡ଼ ପରିବର୍ତ୍ତନ ହେଉଛି ସଠିକ ସ୍ଥାନରେ ବଲ ଦେବାରେ ତାଙ୍କର ସଠିକତା ଏବଂ ସ୍ଥିରତା।

ସେ ତାଙ୍କ କଠିନ ପରିଶ୍ରମର ପୁରସ୍କାର ୬ ୱିକେଟ୍ ରୂପରେ ପାଇଲେ। ଆକାଶ ଦୀପ ମଧ୍ୟ ତାଙ୍କୁ ବହୁତ ଭଲ ଭାବରେ ସମର୍ଥନ କରିଥିଲେ। ଯାହାକି  ବହୁତ ଭଲ!”

ସଚିନ ଆହୁରି ଲେଖିଛନ୍ତି, “ବ୍ରୁକ୍ ଏବଂ ସ୍ମିଥ୍ ମଧ୍ୟରେ ବିଶେଷ ଭାଗୀଦାରୀ, ଯିଏ ଚାପରେ ଥିବା ସତ୍ତ୍ୱେ ଚମତ୍କାର ପ୍ରତିଆକ୍ରମଣ କରିଥିଲେ ଏବଂ ଇଂଲଣ୍ଡକୁ ଭାରତର ସ୍କୋରର ବହୁତ ନିକଟତର କରିଥିଲେ। ଯାହା କେହି ଆଶା କରିନଥିଲେ।”

ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ଜସପ୍ରିତ ବୁମରାହଙ୍କ ଅନୁପସ୍ଥିତିରେ ବୋଲିଂ ଆକ୍ରମଣର ନେତୃତ୍ୱ ନେଇଥିଲେ ଏବଂ ଦେଖାଇଥିଲେ ଯେ ବୁମରାହ ବିନା ମଧ୍ୟ ଟିମ୍ ଇଣ୍ଡିଆ ପୂର୍ବ ପରି ଶକ୍ତିଶାଳୀ।

ସିରାଜଙ୍କ ୭୦ ରନରେ ୬ ୱିକେଟ୍ ଭାରତକୁ ଏକ ମଜବୁତ ସ୍ଥିତିରେ ପହଞ୍ଚାଇଛି। ଦ୍ୱିତୀୟ ଇନିଂସରେ ସେ କିପରି ପ୍ରଦର୍ଶନ କରନ୍ତି ତାହା ଦେଖିବା ବାକି ରହିଲା।