ଏମଏସ ଧୋନୀଙ୍କ ୭୨ ହଜାର ଟଙ୍କାର ‘ପିଆନୋ’ ସାର୍ଟ ସୃଷ୍ଟି କଲା ମିମ୍ ଝଡ଼: ପ୍ରଶଂସକ କହିଲେ, ‘ଜେଠାଲାଲ ମୋଡ୍ ଆକ୍ଟିଭେଟେଡ୍’
ଏମଏସ ଧୋନୀଙ୍କ ୭୨ ହଜାର ଟଙ୍କାର ‘ପିଆନୋ’ ସାର୍ଟ
ମୁମ୍ବାଇ: ଭାରତୀୟ କ୍ରିକେଟ ଦିଗ୍ଗଜ ମହେନ୍ଦ୍ର ସିଂହ ଧୋନୀ, ଯିଏ ତାଙ୍କ ଶାନ୍ତ ବ୍ୟକ୍ତିତ୍ୱ ଓ ସରଳ ଫ୍ୟାଶନ ପାଇଁ ପରିଚିତ, ନିକଟରେ ଏକ ଅଭିନବ ଓ ସଙ୍ଗୀତ ଥିମ୍ଯୁକ୍ତ ପୋଷାକରେ ଦେଖା ଦେଇ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଏହି ପୋଷାକ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି କରିଛି।
ସାଧାରଣତଃ ନିରପେକ୍ଷ ରଙ୍ଗର ଓ ଆରାମଦାୟକ ପୋଷାକ ପସନ୍ଦ କରୁଥିବା ଧୋନୀ ଏଥର ଏକ ନୀଳ ରଙ୍ଗର ସିଲ୍କ ସାର୍ଟ ପିନ୍ଧିଥିଲେ, ଯାହା ଉପରେ ସଙ୍ଗୀତ ନୋଟ୍ଗୁଡ଼ିକର ଚିତ୍ତାକର୍ଷକ ଡିଜାଇନ ରହିଥିଲା। ସାର୍ଟର କଲର ଓ ବଟନ୍-ଡାଉନ ଡିଜାଇନ ଏହାକୁ ଆକର୍ଷଣୀୟ କରୁଥିବା ବେଳେ ଛାତି ଉପରେ ପିଆନୋ କୀ ମୋଟିଫ୍ରେ ବ୍ରାଣ୍ଡର ନାମ ଲେଖାଯାଇଥିବା ଡିଜାଇନ ଏହାର ମୁଖ୍ୟ ଆକର୍ଷଣ ଥିଲା।
ଏହି ଶାର୍ଟକୁ ଧୋନୀ ଫିକା ନୀଳ ରଙ୍ଗର ଡେନିମ ଜିନ୍ସ ସହ ପିନ୍ଧିଥିଲେ। ଲୁକ୍କୁ ପୂର୍ଣ୍ଣତା ଦେବା ପାଇଁ ସେ ଏକ ଚମକଦାର ରୁପା ରଙ୍ଗର ହାତଘଣ୍ଟା ପିନ୍ଧିଥିଲେ।
ଏହି ସାର୍ଟର ମୂଲ୍ୟ ମଧ୍ୟ ଏହାର ଡିଜାଇନ ଭଳି ଆଲୋଚନାର ବିଷୟ ହୋଇଛି। ଲଗ୍ଜରୀ ଫ୍ୟାଶନ ବ୍ରାଣ୍ଡ ‘ଆମିରୀ’ ଦ୍ୱାରା ନିର୍ମିତ ଏହି ସାର୍ଟର ମୂଲ୍ୟ ପ୍ରାୟ ୮୬୫ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୭୨,୦୦୦ ଟଙ୍କା)। ଏହା ଦର୍ଶାଉଛି ଯେ ଧୋନୀ କେବଳ ନୂଆ ଡିଜାଇନରେ ପରୀକ୍ଷା କରୁନାହାନ୍ତି, ବରଂ ପ୍ରିମିୟମ ଡିଜାଇନର ଫ୍ୟାଶନରେ ମଧ୍ୟ ପାଦ ରଖୁଛନ୍ତି।
ଧୋନୀଙ୍କ ଏହି ଫଟୋ ଏକ୍ସ’ରେ ଅପଲୋଡ଼ ହେବା ମାତ୍ରେ ଏହା ମିମ୍ ଓ ମଜାଳିଆ ମନ୍ତବ୍ୟର ଝଡ଼ ସୃଷ୍ଟି କରିଛି। ଜଣେ ପ୍ରଶଂସକ ଲେଖିଛନ୍ତି, “ଏହି ପୋଜ୍ ପୁରା ଜେଠାଲାଲ ଷ୍ଟାଇଲ,” ଯେଉଁଥିରେ ଧୋନୀଙ୍କୁ ‘ତାରକ ମେହେଟା କା ଉଲଟା ଚଷମା” ଜନପ୍ରିୟ ଚରିତ୍ର ଜେଠାଲାଲ ଗଡ଼ା ସହ ତୁଳନା କରାଯାଇଛି।
ଅନ୍ୟ ଜଣେ ଲେଖିଛନ୍ତି, “ଥାଲାଙ୍କର ଜେଠାଫିକେସନ୍ ସତ ହୋଇଛି।” ଆଉ ଜଣେ ପ୍ରଶଂସକ ମଜା କରି ପଚାରିଛନ୍ତି, “ଧୋନୀଙ୍କ ଜେଠାଫିକେସନ୍ ମୋମେଣ୍ଟ କେବେ ହେଲା?”
ଧୋନୀଙ୍କ ଏହି ଅଭିନବ ଫ୍ୟାଶନ ପସନ୍ଦ ତାଙ୍କ ପ୍ରଶଂସକମାନଙ୍କୁ ମଜାଳିଆ ମୁଡ଼ରେ ରଖିଛି ଏବଂ ସୋସିଆଲ ମିଡିଆରେ ତାଙ୍କ ଏହି ନୂଆ ଲୁକ୍ ବିଷୟରେ ଚର୍ଚ୍ଚା ଜୋର୍ ଧରିଛି।