କୋଲଡ୍ରିଙ୍କ୍ସରେ ନିଶା ମିଶାଇ ନେଇଗଲେ ହୋଟେଲ, ତା’ପରେ ….

2 ଜଣ ଝିଅଙ୍କୁ 4 ଜଣ ପୁଅ ନିଶା ଦେଇ କଲେ ବଳାତ୍କାର

ଉତ୍ତରପ୍ରଦେଶ: କୋଲଡ୍ରିଙ୍କ୍ସରେ ନିଶା ମିଶାଇ ଗଣବଳାତ୍କାର। ଏଭଳି ଏକ ଘୃଣ୍ୟ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ବିଜନୌରର ନୁରପୁରରେ। ଏଠାରେ 2 ଜଣ ଝିଅଙ୍କୁ 4 ଜଣ ପୁଅ ନିଶା ଦେଇ ହୋଟେଲକୁ ନେଇ ବଳାତ୍କାର କରିଛନ୍ତି।

ପ୍ରକୃତରେ, ନୁରପୁରର ଏକ ଗାଁର ଜଣେ 17 ବର୍ଷୀୟା ଝିଅ ଅସୁସ୍ଥ ହୋଇପଡ଼ିଥିଲେ। ଯେତେବେଳେ ସେ ସୁସ୍ଥ ହେଲେ, ଧାମପୁରର ଜଣେ ସାଙ୍ଗ ତାଙ୍କୁ ଭେଟିବାକୁ ନୁରପୁର ଆସିଥିଲେ। ଦେଖାହେବା ପରେ ରାତି ୮ଟାରେ, ଉଭୟ ସାଙ୍ଗ ନୁରପୁର-ଧାମପୁର ଜଙ୍କସନରେ ଏକ ଅଟୋକୁ ଅପେକ୍ଷା କରି ଠିଆ ହୋଇଥିଲେ।

ଠିକ ସେହି ସମୟରେ ଫରମାନ ନାମକ ଜଣେ ଯୁବକ, ଯିଏ ନୁରପୁରର ଝିଅଟିକୁ ଜାଣିଥିଲେ ସେମାନଙ୍କୁ ଭେଟି ଉଭୟଙ୍କ ପାଇଁ କୋଲଡ୍ରିଙ୍କ୍ସ ଆଣିଲେ। ସେ 2ଝିଅ ଯେତେବେଳେ ସେହି ଥଣ୍ଡା ପିଇଛନ୍ତି ତାଙ୍କର ମୁଣ୍ଡ ବୁଲେଇବାକୁ ଲାଗିଲା।

ତା ପରେ ଫରମାନ ଝିଅମାନଙ୍କୁ ନେଇ ଶହୀଦ ନଗରର ଏକ ପଡ଼ିଆରେ ତାଙ୍କର ଆଉ ତିନି ବନ୍ଧୁଙ୍କୁ ଡାକି ବଳାତ୍କାର କରିଥିଲେ। ସେତିକିରେ ତାଙ୍କର ମନ ବୁଝିଲାନି ଯେ, ପୁଣି ସେମାନେ ଉଭୟ ଝିଅଙ୍କୁ ନୁରପୁରରୁ ମୋରାଦାବାଦ ରାସ୍ତାରେ ଥିବା ଏକ ହୋଟେଲକୁ ନେଇଯାଇ ରାତିସାରା ଏଭଳି କଦର୍ଯ୍ୟ କାମ କରିଥିଲେ ଏବଂ ଶେଷରେ ତାଙ୍କୁ ଅଚେତ କରି ଛାଡ଼ି ପଳାଇ ଯାଇଥିଲେ।

ସକାଳେ, ଯେତେବେଳେ ଉଭୟ ଝିଅଙ୍କ ଚେତା ଫେରିଲା, ସେମାନେ ନିଜ ଘରକୁ ଫୋନ୍ କରି ସମସ୍ତ ଘଟଣା ସମ୍ପର୍କରେ ଜଣାଇଲେ, ଏହା ଶୁଣି ସେମାନଙ୍କ ପରିବାର ସଦସ୍ୟ ଆଶ୍ଚର୍ଯ୍ୟ ହୋଇ ସେହି ହୋଟେଲରେ ପହଞ୍ଚିଥିଲେ।

ତା ପରେ ଉଭୟ ଝିଅ ଏବଂ ପରିବାର ଲୋକେ ନୁରପୁର ପୋଲିସ ଷ୍ଟେସନକୁ ଯାଇ ଫରମାନ ଏବଂ ତାଙ୍କ ସାଙ୍ଗ ମାନଙ୍କ ବିରୁଦ୍ଧରେ ଏକ ଲିଖିତ ଅଭିଯୋଗ ଦେଇଥିଲେ। ଅଭିଯୋଗ ପତ୍ର, ଉଭୟ ବନ୍ଧୁଙ୍କ ବୟାନ ଏବଂ ସିସିଟିଭି ଫୁଟେଜ୍ ଆଧାରରେ, ନୁରପୁର ପୋଲିସ ଷ୍ଟେସନ ଗଣଦୁଷ୍କର୍ମ ଏବଂ ପକ୍ସୋ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରିଥିଲା।

ମାମଲା ପଞ୍ଜିକରଣ କରିବା ପରେ, ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଥିଲା ଏବଂ ଫରମାନକୁ ମଧ୍ୟ ଗିରଫ କରିଥିଲା। ଏବେ ପୋଲିସ ବାକି ଅଭିଯୁକ୍ତମାନଙ୍କୁ ଖୋଜିବା ଆରମ୍ଭ କରିଛି।