ଚତୁର୍ଥ ଟେଷ୍ଟ ପାଇଁ ଘୋଷଣା ହେଲା ଟିମ୍, ଦଳରୁ ବାଦ୍ ପଡ଼ିଲେ ଏହି ଖେଳାଳି
ଦଳକୁ ବିଜୟୀ କରିଥିବା ଖେଳାଳି ଟିମରୁ ବିଦା।
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ସୋମବାର ଦିନ ଶେଷ ହୋଇଛି। ଯେଉଁଥିରେ ଇଂଲଣ୍ଡ ବାଜିମାତ୍ କରିଥିବା ସହ ଭାରତ ପରାଜିତ ହୋଇଛି।
ଆଉ ଏହାସହ ପରବର୍ତ୍ତୀ ଟେଷ୍ଟ ପାଇଁ ମଙ୍ଗଳବାର ଦିନ ଟିମ୍ ଘୋଷଣା କରାଯାଇଛି। ଯଦି ଦେଖିବା ଭାରତ ସମ୍ପୂର୍ଣ୍ଣ ସିରିଜ ପାଇଁ ଦଳ ଘୋଷଣା କରିସାରିଥିବା ବେଳେ, ଇଂଲଣ୍ଡ କିନ୍ତୁ ପ୍ରତ୍ୟେକ ଟେଷ୍ଟ ପୂର୍ବରୁ ଦଳ ଘୋଷଣା କରୁଛି।
ଏହି ସମୟରେ ଚତୁର୍ଥ ଟେଷ୍ଟ ପୂର୍ବରୁ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ ସ୍ପଷ୍ଟ କରିଛି ଯେ ସେମାନଙ୍କ ଦଳରେ ଏକ ପରିବର୍ତ୍ତନ କରାଯାଇଛି। ଯାହାକି ପୂର୍ବରୁ ଆଶା କରାଯାଉଥିଲା।
ଟେଷ୍ଟ ସିରିଜରୁ ବାହାରିଲେ ଏହି ଖେଳାଳି: ଲର୍ଡସ ଟେଷ୍ଟରେ ଭାରତର ଶେଷ ୱିକେଟ୍ ନେଇ ତାଙ୍କ ଦଳକୁ ବିଜୟୀ କରାଇଥିବା ଶୋଏବ ବଶିର ଏବେ ସିରିଜରୁ ବାହାର ହୋଇଛନ୍ତି।
କାରଣ ସେ ଲର୍ଡସ ଟେଷ୍ଟରେ ହିଁ ଆହତ ହୋଇଥିଲେ। ତାଙ୍କୁ ଚତୁର୍ଥ ଇନିଂସରେ ବୋଲିଂ କରିବାକୁ ମଧ୍ୟ ଆସିବା କଥା ନଥିଲା, କିନ୍ତୁ ଯେତେବେଳେ ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ ଅନୁଭବ କଲେ ଯେ ମ୍ୟାଚ୍ ହାରିଯାଇପାରନ୍ତି।
ସେତେବେଳେ ଆହତ ସୋଏବ ବଶିରଙ୍କୁ ଡକାଗଲା ଏବଂ ସେ ତାଙ୍କର କାମ କଲେ। ମହମ୍ମଦ ସିରାଜଙ୍କୁ ଆଉଟ୍ କରି ସେ ଭାରତର ଶେଷ ୱିକେଟ୍ ନେଇ ତାଙ୍କ ଦଳକୁ ବିଜୟୀ କରାଇଲେ।
ଆଠ ବର୍ଷ ପରେ ଟିମକୁ ଫେରିଛନ୍ତିଏହି ଖେଳାଳି: ଏହି ସମୟରେ, ଇସିବି ଘୋଷଣା କରିଛି ଯେ ସୋଏବ୍ ବଶିରଙ୍କ ସ୍ଥାନରେ ଲିଆମ୍ ଡସନ୍ ଙ୍କୁ ଦଳରେ ସାମିଲ କରାଯାଇଛି।
ଭାରତୀୟ ପ୍ରଶଂସକମାନେ ହୁଏତ ଲିଆମ୍ ଡସନ୍ ଙ୍କ ନାମ ବହୁତ ଶୁଣି ନ ଥିବେ। କିନ୍ତୁ ସେ ଏପର୍ଯ୍ୟନ୍ତ ତିନୋଟି ଟେଷ୍ଟରେ ୭ ୱିକେଟ୍ ନେଇଛନ୍ତି।
ଏପର୍ଯ୍ୟନ୍ତ ସେ ଇଂଲଣ୍ଡ ପାଇଁ ୬ ଟି ଦିନିକିଆରେ ୫ ୱିକେଟ୍ ନେଇଛନ୍ତି। କେବଳ ଏତିକି ନୁହେଁ ସେ ୧୪ ଟି T20 ଅନ୍ତର୍ଜାତୀୟ ମ୍ୟାଚ୍ ରେ ୧୧ଟି ୱିକେଟ୍ ନେଇଛନ୍ତି।
ଭାରତ ବିପକ୍ଷରେ ଡେବ୍ୟୁ କରିଥିଲେ: ସବୁଠୁ ମଜାଦାର କତା ହେଉଛି ଯେ, ଲିଆମ୍ ଡସନ୍ ୨୦୧୬ ମସିହାରେ ଭାରତ ବିପକ୍ଷରେ ତାଙ୍କର ଟେଷ୍ଟ ଡେବ୍ୟୁ କରିଥିଲେ।
ସେତେବେଳେ ଏହି ମ୍ୟାଚ୍ ଚେନ୍ନାଇରେ ଖେଳାଯାଉଥିଲା। ୨୦୧୬ ମସିହାରେ ଡେବ୍ୟୁ କରିବା ପରେ ଲିଆମ୍ ଡସନ୍ ଜୁଲାଇ ୨୦୧୭ରେ ତାଙ୍କର ଶେଷ ମ୍ୟାଚ୍ ଖେଳିଥିଲେ।
ଏହା ପରେ ସେ ପୁଣି ଥରେ ଫେରିଛନ୍ତି। ଅର୍ଥାତ୍ ପ୍ରାୟ ଆଠ ବର୍ଷ ପରେ ଲିଆମ୍ ଡସନ୍ ଟେଷ୍ଟରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ବିଶେଷ କଥା ହେଉଛି ସେ ସେହି ଭାରତୀୟ ଦଳ ବିରୁଦ୍ଧରେ ଖେଳିବେ ଯେଉଁ ଦଳ ବିରୁଦ୍ଧରେ ସେ ଡେବ୍ୟୁ କରିଥିଲେ।
ତଥାପି ଚତୁର୍ଥ ଟେଷ୍ଟ ପାଇଁ ଏବେ ବି ସମୟ ଅଛି। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ୨୩ ଜୁଲାଇରୁ ମାଞ୍ଚେଷ୍ଟରରେ ଖେଳାଯିବ।
ଚତୁର୍ଥ ଟେଷ୍ଟ ପାଇଁ ଘୋଷଣା କରାଯାଇଥିବା ଇଂଲଣ୍ଡ କ୍ରିକେଟ୍ ଦଳ: ବେନ୍ ଷ୍ଟୋକ୍ସ (ଅଧିନାୟକ), ଜୋ ରୁଟ୍, ଜୋଫ୍ରା ଆର୍ଚର, ଗସ୍ ଆଟକିନସନ୍, ଜାକବ୍ ବେଥେଲ୍, ହ୍ୟାରି ବ୍ରୁକ୍, ବ୍ରାଇଡନ୍ କାର୍ସେ, ଜ୍ୟାକ୍ କ୍ରାଉଲି, ଲିଆମ୍ ଡସନ୍, ବେନ୍ ଡକେଟ, ଓଲି ପୋପ୍, ଜେମି ଓଭରଟନ୍, ଜୋଶ୍ ଟଙ୍ଗ୍, କ୍ରିସ୍ ୱକ୍ସ।